ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ବ୍ରହ୍ମଗିରି ବିଜୁ ଜନତା ଦଳ ତରଫରୁ ୨୪ ତମ ପ୍ରତିଷ୍ଠା ଦିବସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ଢାବା ଛକ ଠାରେ ବିଜୁ ପଟ୍ଟନାୟକ ଫଟୋ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।
ଶ୍ରୀ ଦାସବର୍ମା କହିଥିଲେ ବିଜୁ ବାବୁଙ୍କ ନାମରେ ଗଢାଯାଇଥିବା ଏହି ଆଞ୍ଚଳିକ ରାଜନୈତିକ ଦଳ କ୍ରମାଗତ ଭାବେ ତାର ଜନାଧାର ମଧ୍ୟ ବଢାଇ ଚାଲିଛି । ରାଜ୍ୟ ରାଜନୀତିରେ କୌଣସି ଆଞ୍ଚଳିକ ଦଳ ଏଭଳି ସଫଳତା ହାସଲ କରିପାରିନାହାନ୍ତି । ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଛି । ଫଳରେ ବିଜେଡିର ପ୍ରଭାବ ଆଗରେ ଫିକା ପଡିଛି ଜାତୀୟ ଦଳଗୁଡିକ ଗ୍ରହଣୀୟତା । ୧୯୯୭ ପୂର୍ବରୁ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଛି । ଏପରିକି ବିଜୁ ବାବୁ ମଧ୍ୟ ଆଞ୍ଚଳିକ ଦଳ ଗଢି ଏତେଟା ସଫଳତା ପାଇପାରିନଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ପରବର୍ତୀ ଓଡିଶାରେ ଯେଉଁ ରାଜନୈତିକ ନେତୃତ୍ୱର ସଂକଟ ଦେଖାଦେଇଥିଲା, ତାକୁ କେବଳ ପୂରଣ କରିନାହାନ୍ତି ବରଂ ନିଜ ରେକର୍ଡ ନିଜେ ଭାଙ୍ଗିବାର ଗୌରବ ହାସଲ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଏହି ସମୟରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ସୁର ପ୍ରସାଦ ମାହାନ୍ତି, ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ୱାଇଁ, କୃଷ୍ଣ ପ୍ରସାଦ ବ୍ଲକର ବିଜୁ ଜନତା ଦଳର ସଭାପତି ଲକ୍ଷ୍ମୀ ଧର ସାହୁ, ରାଜ୍ୟ ପରିଷଦ ସଦସ୍ୟ ବିରଞ୍ଚି ନାରାୟଣ ଦାସ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ଜିଲ୍ଲା ପରିଷଦ ସଦସ୍ୟ ସୁର ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ମିଲି ବେହେରା, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପରିଡା, ବ୍ରହ୍ମଗିରି ପଞ୍ଚାୟତର ସମିତି ସଭ୍ୟ ଯୁଧିଷ୍ଠିର ନାୟକ, ସରପଞ୍ଚ ମଧୁସ୍ମିତା ସାହୁ ଓ ବହୁ ବରିଷ୍ଠ ନେତୃବୃନ୍ଦ ।