ଭୁବନେଶ୍ୱର ର ଅନେକ ସ୍ଥାନ ସାନିଟାଇଜେସନ କଲା ଏ.ବି.ସି ଗ୍ରୁପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ପ୍ରଭାବରେ ସମଗ୍ର ଭୁବନେଶ୍ୱରବାସୀ ଭୟର ବାତାବରଣ ମଧ୍ୟରେ ଥିବା ସମୟରେ ଏଥିରେ କିଛି ଆଶ୍ବସ୍ଥି ଆଣିଛି ଏ.ବି.ସି ଗ୍ରୁପ । ଏ ବି ସି ଗ୍ରୁପର ଚେୟାରମ୍ୟାନ ତନ୍ମୟ ମିଶ୍ର ଏବଂ ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରର ଅନେକ ସ୍ଥାନକୁ ଆଜି ସାନିଟାଇଜେସନ କରାଯିବା ସହ ଆସନ୍ତା କାଲି ମଧ୍ୟ ଏହି କାର୍ଯ୍ୟ ଜାରିରହିବା ନେଇ ସୂଚନା ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ପ୍ରାୟ ସମସ୍ତ ସ୍ଥାନରୁ କରୋନା ରୋଗୀ ଚିହ୍ନଟ ହେବା ପରେ ସେ ସ୍ଥାନରେ ଭୟର ବାତାବରଣ ଦେଖାଦେଇଛି । କାରଣ କରୋନା ଭୁତାଣୁ ବାୟୁ ମାଧ୍ୟମରେ ନିଜ କାୟା ବିସ୍ତାର କରୁଥିବା ପ୍ରକାଶିତ ହେବା ପରେ କରୋନା ରୋଗୀ ଚିହ୍ନଟ ସ୍ଥାନର ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ କଥା । ଏହାକୁ ଦୃଷ୍ଟିରେ ରଖି ଏ.ବି.ସି ଗ୍ରୁପ ପକ୍ଷରୁ ଆଜି ଶ୍ରୀ ଜେନାଙ୍କ ତତ୍ତ୍ୱାବଧାନରେ ୪୫ ନମ୍ବର ୱାର୍ଡ, ଟ୍ରାଫିକ ଚେକପୋଷ୍ଟ, ଟ୍ରାଫିକ ଥାନା, କ୍ୟାପିଟାଲ ଥାନା, ସଚିବାଳୟ ମାର୍ଗ ଏବଂ ଅନେକ ସାମ୍ବାଦିକ କରୋନା ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୟଦେବ ଭବନ ନିକଟସ୍ଥ ସାମ୍ବାଦିକ ବିଶ୍ରାମସ୍ଥଳୀ ସାନିଟାଇଜ କରାଯାଇଥିବା ବେଳେ ଆସନ୍ତା କାଲି କଳ୍ପନା ଡିସ୍ପେନସରି ଏବଂ କ୍ୟାପିଟାଲ ହସ୍ପିଟାଲ ସାନିଟାଇଜ କରାଯିବା କାର୍ଯ୍ୟକ୍ରମ ରହିଛି ।