ଶନିଦେବଙ୍କୁ ଶାନ୍ତ କରିବାକୁ ପାଳନ କରନ୍ତୁ ଏହି ନିୟମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତ ଦେବତାଙ୍କ ମଧ୍ୟରୁ ଶନିଦେବଙ୍କୁ କର୍ମଫଳ ଦାତା ରୂପେ ବିଚାର କରାଯାଏ। କଥାରେ ଅଛି ଯଦି ଶନିଦେବ କ୍ରୋଧିତ ହୋଇଥାନ୍ତି ତେବେ ସେ ରାଜାକୁ ମଧ୍ୟ ରଙ୍କ ତଥା ଗରିବ କରିଦେଇଥାନ୍ତି ଓ ଯଦି କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ରଙ୍କକୁ ମଧ୍ୟ ରାଜା କରିଦେଇଥାନ୍ତି। ଶନିବାରକୁ ଶନିଦେବଙ୍କର ଦିନ ରୂପେ ବିଚାର କରାଯାଇଥାଏ। ତେଣୁ ଏହି ଦିନ କରାଯାଉଥିବା କାର୍ଯ୍ୟ ପୂର୍ଣ୍ଣ ବିଶ୍ୱାସ ତଥା ଭକ୍ତିର ସହ କରିବା ଆବଶ୍ୟକ ଅନ୍ୟଥା ଶନିଦେବଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ।
ଏହା ସହିତ ଏହି ଦିନ ଆମେ ଯଦି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି କାର୍ଯ୍ୟ କରିଥାଉ ତେବେ ଶନି ଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଯଦି ଶନି ଦେବ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେହି ବ୍ୟକ୍ତିର ଭାଗ୍ୟ ଉଜ୍ବଳ ହୋଇଯାଇଥାଏ। ତେଣୁ ଶନି ଦେବ ଯେତିକି ଅଧିକ ପ୍ରସନ୍ନ ହୋଇଥାନ୍ତି ଆମକୁ ସେତିକି ଅଧିକ ଲାଭ ପ୍ରାପ୍ତ ହୋଇଥାଏ। ତେଣୁ ଆମେ ବର୍ତ୍ତମାନ ଏପରି କିଛି କାର୍ଯ୍ୟ ବିଷୟରେ ଆଲୋଚନା କରିବା ଯାହାକୁ କରିବା ଦ୍ଵାରା ଶନି ଦେବ ତୁରନ୍ତ ପ୍ରସନ୍ନ ହେବାର ସମ୍ଭାବନା ରହିଛି। ଏହା ସହିତ ପ୍ରଥମେ ଆପଣ ଭଲ କର୍ମ କରିବା ଆବଶ୍ୟକ।
ପ୍ରଥମେ କିଛି ସୋରିଷ ତେଲରେ ଏକ ଲୁହା କଣ୍ଟା ପକାନ୍ତୁ ଓ କୌଣସି ଅସ୍ଵସ୍ତ ଗଛ ମୂଳରେ ସେହି କଣ୍ଟା ମିଶା ତେଲକୁ ଢାଳି ଦିଅନ୍ତୁ। ଏହା ଏକ ସହଜ ଓ ସରଳ ଉପାୟ ମାତ୍ର ଏହା ଶନି ଦେବଙ୍କୁ ତୁରନ୍ତ ପ୍ରସନ୍ନ କରିଥାଏ। ଫଳରେ ଶନି ଦେବ ଆପଣଙ୍କ ଇଚ୍ଛାକୁ ତୁରନ୍ତ ପୂରଣ କରିଦେଇ ଥାଆନ୍ତି। ଆପଣ ଏହାକୁ କେବଳ ଶନିବାର ଦିନ କରନ୍ତୁ। ଏହାକୁ ଆପଣ ପାଞ୍ଚଟି ଶନିବାର କରିପାରିବେ।ଏହାପରେ ଆପଣ ଶନିବାର ଦିନ କିଛି ସୋରିଷ ତେଲ ଦାନ କରନ୍ତୁ।ଦାନ କରିବା ପୂର୍ବରୁ ସେହି ତେଲରେ ନିଜ ଛାଇକୁ ଦେଖି ଦିଅନ୍ତୁ।
ଏହା ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ଶନିବାର ଦିନ ଏହିପରି ଭାବରେ ତେଲ ଦାନ କରିଥାଏ ସେହି ବ୍ୟକ୍ତି ନିଜ ଜୀବନରେ କେବେ ଦୁଃଖ କଷ୍ଟର ଶିକାର ହୋଇ ନଥାଏ। ଯଦି ସେହି ବ୍ୟକ୍ତି କୌଣସି ଅସୁବିଧା ବା କଷ୍ଟରେ ଥାଆନ୍ତି ତେବେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ସେ ସବୁରୁ ମୁକ୍ତି ମିଲିଯାଇଥାଏ। ଏହା ସହିତ ଆମକୁ ଶନି ଦେବଙ୍କର ପୂଜା ତଥା ଆରାଧନା ପୂର୍ଣ୍ଣ ଭକ୍ତି ସହକାରେ କରିବାକୁ ହେବ। ନିଜର ସମସ୍ତ ଦୁଃଖ କଷ୍ଟ ଭଗବାନ ଶନିଙ୍କ ନିକଟରେ ପ୍ରକାଶ କରିବା ଦ୍ୱାରା ସେ ଆମର ସମସ୍ତ ଦୁଃଖ ହରଣ କରିଥାନ୍ତି।
ଏହା ସହିତ କୌଣସି ଗୋଟିଏ ଶନିବାର ଆପଣ ସକାଳୁ ନିଜର ସମସ୍ତ ନିତ୍ୟକର୍ମ ସାରି ଶନିଙ୍କ ମନ୍ଦିରକୁ ଯାଇ ସେଠାରେ ସୋରିଷ କିମ୍ବା ରାଶିର ତେଲରେ ଦୀପ ଜାଳିବା ସହିତ ସେଠାରେ କିଛି ସମୟ ବସି ଶୁଦ୍ଧ ମନରେ ଭଗବାନଙ୍କୁ ଡାକନ୍ତୁ ଏପରି କରିବା ଫଳରେ ଶନି ଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କୁ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ଦେବା ସହିତ ଆପଣଙ୍କୁ ନିଜ ଜୀବନରେ ଆଗକୁ ବଢିବା ପାଇଁ ଆଶୀର୍ବାଦ ଦେବେ। ସବୁଠାରୁ ମୁଖ୍ୟ କଥା ହେଲା କର୍ମ ଶନି ଦେବଙ୍କୁ କର୍ମଫଳ ଦାତା ମଧ୍ୟ କୁହାଯାଇଥାଏ। ତେଣୁ କୁକର୍ମ କରନ୍ତୁ ନାହିଁ ନଚେତ ଏହାର ଫଳ ମଧ୍ୟ ଆପଣଙ୍କୁ ଭୋଗିବାକୁ ପଡ଼ିବ।