ଆଜି ଯକ୍ଷ୍ମା ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକା କଳା

ପୁରୀ : ମାର୍ଚ୍ଚ 24 ଯକ୍ଷ୍ମା ଦିବସ । ଏ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରି ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି।
ଦେଶ ବ୍ୟାପି ଯକ୍ଷ୍ମାରୋଗକୁ ସମ୍ପୂର୍ଣ ହଟାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରିରହିଛି। ଏଥିପାଇଁ ସମସ୍ତେ ସଚେତନ ହୋଇ ଏହି ରୋଗ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ବାଲୁକାକଳା ମାଧ୍ୟମରେ ପରାମର୍ଶ ଦେଇଛନ୍ତି।