କରୋନା ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଆଶ୍ଵସନା ଦେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଳକର ବରାଗୋଳ ପଞ୍ଚାୟତର ବିଶ୍ଵନାଥପୁର ଗ୍ରାମର କରୋନାରେ ମୃତ୍ୟୁବରଣ କରିଥିବା ସ୍ଵର୍ଗତ ସନାତନ ମିଲ୍ଲିକ୍ ଙ୍କ ଦ୍ଵାଦଶ ରେ ତାଙ୍କ ଘରେ ପହଞ୍ଚି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଦୁଃଖ ପ୍ରକାଶ କରିଥିଲେ। ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ଵସନା ଦେବା ସହିତ ସମବେଦନା ଜଣାଇଛନ୍ତି ।
ଏହି ସମୟରେ ଉପସ୍ଥିତ ଥିଲେ ତିର୍ତ୍ତୋଲର ମାନ୍ୟବର ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ସଦସ୍ୟା ଡେଜାଲିନ୍ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସ୍ବପ୍ନାସରିତା ବଳ, ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ ଓ ବରିଷ୍ଠ ନେତା ସରୋଜ ସ୍ବାଇଁ ।