ସାମ୍ସ ନାମଲେଖାରେ ସାମିଲହେବ ରେଭେନ୍ସା ଓ ଜିଏମ୍

ଭୁବନେଶ୍ୱର : ରାଜ୍ୟରେ ସାମ୍ସ ଜରିଆରେ ସ୍ନାତକ(ୟୁଜି) ପାଠ୍ୟକ୍ରମ ପାଇଁ ଏକକ ନାମଲେଖା ଅନୁଷ୍ଠିତ ହେଉଛି । ତେବେ ଗଙ୍ଗାଧର ମେହେର(ଜିଏମ୍) ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ତେଣୁ ସାମ୍ସ ନାମଲେଖାରେ ସାମିଲ ହେବାକୁ ଏହି ଦୁଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି ।
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସାମ୍ସ ମାଧ୍ୟମରେ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା କରାଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ୧୦୨୫ଟି ଶିକ୍ଷାନୁଷ୍ଠାନ ଏହି ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ ୨୦୦୯-୧୦ ମସିହାରୁ ରେଭେନ୍ସା ଓ ଗଙ୍ଗାଧର ମେହେର(ଜିଏମ୍) ବିଶ୍ୱବିଦ୍ୟାଳୟ ସାମିଲ ହେଉନାହାନ୍ତି । ତେଣୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ନାମଲେଖାରେ ସାମିଲ ହେବାକୁ ବିଭାଗ ଦୁଇ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖିଛନ୍ତି ।