ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣା; ଗାଧୁଆ ଘର ଆଇନ ଭାଙ୍ଗି ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ
ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଆଜି ଝାରସୁଗୁଡ଼ା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗାଧୁଆ ଘରେ ଥିବା ଆଇନ ଭାଙ୍ଗି କରିଥିଲା ଆତ୍ମହତ୍ୟା ଉଦ୍ୟମ । ତାକୁ ଚିକିତ୍ସା କରି କୋର୍ଟରେ ହାଜର କରାଇଛି ଝାରସୁଗୁଡ଼ା ପୋଲିସ ।
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯାଇଥିଲା । ଆଜି ଅମିତ ଶର୍ମା ଓ ଅନ୍ୟ ଅଭିଯୁକ୍ତ ଦୀନେଶ ଅଗ୍ରଓ୍ଵାଲର ରିମାଣ୍ଡ ଅବଧି ଶେଷ ହେଉଥିଲା । କୋର୍ଟରେ ହାଜର ପୂର୍ବରୁ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିବା ସହ ଅଧିକ ତଥ୍ୟ ହାସଲ କରିଛି ଝାରସୁଗୁଡ଼ା ପୋଲିସ । ସେମାନେ ସମର୍ଥଙ୍କୁ ଅପରହରଣ ପରେ ହତ୍ୟା କରି ପୋଡି ଦେଇଥିଲେ ।