ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ, ଜଳିଗଲେ ୨ କର୍ମଚାରୀ, ୨ ଷ୍ଟେସନ ମାଷ୍ଟର ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨ ଜଣ ମେଣ୍ଟେନାନ୍ସ ଇଞ୍ଜିନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ସୂଚନା ମିଳିଛି । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନ ସାଢେ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଆଜି ରାୟଗଡ଼ା ନିକଟ ଗାଦବାଗୁଡ଼ା ଠାରେ ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଞ୍ଜିନ ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଫଳରେ ଦୁଇଜଣ ମେଣ୍ଟେନାନ୍ସ ଇଞ୍ଜିନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଇଞ୍ଜିନ ସହ ଲଗେଜ୍ ଭ୍ୟାନ୍ ଓ ଗୋଟିଏ ଜେନେରାଲ କୋଚ୍ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରେଲୱେର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ନିଆଁ ଲାଗିଥିବା ଇଞ୍ଜିନ ଟ୍ରେନରୁ ଅଲଗା କରାଯାଇଛି ।ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଉଥିବା ସୂଚନା ମିଳିଛି । ଦୁର୍ଘଟଣା ପୂର୍ବରୁ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଡେଇଁ ପଡିବାରୁ ଗୁରୁତର ଥିବା ବେଳ ଅନ୍ୟଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଅପରପକ୍ଷରେ କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Leave a comment

You cannot copy content of this page