ସମିତି ସଭ୍ୟଙ୍କ ଘରକୁ ବୋମାମାଡ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): କଟକ ସାଲେପୁର ବ୍ଲକରେ ଗତକାଲି ଶିଶୁଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ସମିତିସଭ୍ୟ ପ୍ରାର୍ଥୀଙ୍କ ପତ୍ନୀ । ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଦିଲ୍ଲୀପ ଦାସ । ମଙ୍ଗଳବାର ବିଳମ୍ବିତ ରାତିରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ନିକଟରେ ଏକ ଗାଡି ଅଟକଥିଲା ।
ଏହା ସହ ଝରକାଟି ଖୋଲିଯିବା ସହ ଧୁଆଁ ବି ବାହାରି ଥିଲା। ବୋମା ଫୁଟିବାରୁ କିଛି କାଚ ଏବଂ ଲୁହା ଅଂଶ ତାଙ୍କ ପତ୍ନୀଙ୍କ ମୁହଁରେ ଲାଗିବାରୁ ସେ ଆହତ ହୋଇଛନ୍ତି। ତେବେ ଏବେ ଯାଏଁ କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ କିଛି ସବିଶେଷ ତଥ୍ୟ ହାସଲ କରିନାହିଁ ପୋଲିସ । ରାଜନୈତିକ ଶତ୍ରୁତାକୁ ନେଇ କେହି ବୋମାମାଡ଼ କରିଥାଇପାରେ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।