ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପରୀ ହତ୍ୟା ଘଟଣାରେ ଆରମ୍ଭରୁ ତଦନ୍ତର ନିରପେକ୍ଷତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିଲା। ମଙ୍ଗଳବାର ସରୋଜ ସେଠୀଙ୍କୁ ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ବୋଲି କହିବା ପରେ ବୋଥ୍ରା ମିଛୁଆ ପ୍ରମାଣିତ ହୋଇଛନ୍ତି। ଏଣୁ ରାଜ୍ୟ ସରକାର ତୁରନ୍ତ ଏସ୍ଆଇଟି ମୁଖ୍ୟ ପଦବୀରୁ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ଦାବିକରିଛନ୍ତି।
ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଏସ୍ଆଇଟିର ମୁଖ୍ୟଭାବେ ଅରୁଣ ବୋଥ୍ରା ନ୍ୟାୟିକ ପ୍ରକ୍ରିୟାକୁ ପ୍ରତାରଣା ଦେଇ ମିଥ୍ୟା ତଥ୍ୟ ଦେଇଛନ୍ତି। ପ୍ରଥମ ଦିନରୁ ସେ ତଦନ୍ତକୁ ବାଟବଣା କରିବା ପାଇଁ ଯେଉଁ ସ୍କ୍ରିପ୍ଟ ଲେଖିଥିଲେ ତାହା କୋର୍ଟରେ ପ୍ରମାଣିତ ହୋଇଛି। ସରୋଜର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ୍ ସାର୍ଟିଫିକେଟ୍ ଅନୁଯାୟୀ ସେ ନାବାଳକ। ଏ କଥା କ’ଣ ବୋଥ୍ରାବାବୁ ଜାଣିନଥିଲେ ? କେଉଁ ଉଦ୍ଦେଶ୍ୟରେ ନେଇ ସେ ସରୋଜକୁ ସାବାଳକ ଦର୍ଶାଇଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନକରିଛନ୍ତି। ପରୀ ସମେତ ରାଜ୍ୟରେ ଗତ ୨ବର୍ଷରେ ନିଖୋଜ ହୋଇଥିବା ୫,୫୦୩ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବିକରିଛନ୍ତି। ସରକାର ଏଥିପ୍ରତି କର୍ଣ୍ଣପାତ ନକଲେ ଆଗାମୀ ଦିନରେ ଲଢ଼େଇ ଜୋରଦାର ହେବବୋଲି ସେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଦଳର ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment