ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ: ସମୀର ମହାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇ ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରିକରିଛନ୍ତି ଏବଂ ଧାର୍ଯ୍ୟ ପଂଚାୟତ ମାନୁଆଲର ଗାଇଡଲାଇନକୁ ପଛରେ ପକାଇ ମନଇଚ୍ଛା ନୂଆ ନିୟମ ତିଆରି କରୁଛନ୍ତି ରାଜ୍ୟନିର୍ବାଚନ ଆୟୋଗ । ଯାହାକି ପଂଚାୟତ ଆଇନକୁ ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ସମସ୍ତ ରାଜନୈତିକ ଦଳର ଆଡୁଆଳରେଏବଂ ରାଜ୍ୟବାସୀଙ୍କ ଅଗୋଚରରେ ଉଦ୍ଦେଶ୍ୟମୁଳକ ଭାବେ ରାଜ୍ୟ ନିର୍ବାଚନ କମିଶନ ଗଳାବାଟ ସୃଷ୍ଟି କରିଛନ୍ତି । ଶାସକବିଜେଡି ସପକ୍ଷରେ ରାଜ୍ୟ ନିର୍ବାଚନ କମିଶନ ମେଜିକ୍‌ସିଆନ ସାଜି ଚକ୍ଷୁବନ୍ଧନ କରିବା ପାଇ ଁ ଚେଷ୍ଟା ଚଳାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗ୍ରହଣ ଶେଷ ହୋଇଛି । ଭୋଟ ଗଣତି ପକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବା ନିହାତି ଆବଶ୍ୟକ ଏବଂ ନିର୍ବାଚନ କମିଶନଙ୍କ ସଂପୂର୍ଣ୍ଣ ଦାୟୀତ୍ୱ ।

ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକଭୋଟଦାନ ସଂପର୍କରେ ବିସ୍ତୃତ ସୂଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା କିନ୍ତୁ ତାହା ନକରି ସାଧା କାଗଜରେ
ଲିଖିତ ଦେଇଛନ୍ତି । ଯାହାର କୌଣସି ମୂଲ୍ୟ ନାହିଁ । ବରଂ ଅଧିକାଂଶ ସ୍ଥାନରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ନାହିଁ ବୋଲି କହିପ୍ରିଜାଇଡିଂ ଅଫିସରମାନେ ଖସି ଯାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ନିର୍ବାଚନ ସରିବା ପରେ ପ୍ରିଜାଇଡିଂ ଅଫିସର ଦେଇଥିବା ସାର୍ଟିଫିକେଟ ଫର୍ମ-୧୧ରେ ଉଲ୍ଲେଖ ହୋଇଥିବା ସମୁଦାୟଭୋଟ ସଂଖ୍ୟା ଏବଂ ଭୋଟ ବାକ୍ସରୁ ବାହାରୁଥିବା ଭୋଟ ସଂଖ୍ୟାରେ ତାଳମେଳ ନ ରହିଲେଏହାକୁ କଣ ଭୋଟ ଟେମ୍ପରିଂକୁହାଯିବ ନାହିଁ ? ଅନ୍ୟ ପଟେ ଯଦି, ଭୋଟ ବାକ୍ସରେ ବାହାରିଥିବା ବାଲାଟ୍ ପେପର ହିଁ ସିଦ୍ଧ, ତାହେଲେ ମତଦାନ ସମାପ୍ତହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) କେବଳ ଏକ ପ୍ରହସନ ଥିଲା କିବୋଲି ପ୍ରଶ୍ନ କରିବା ସହିତ ଏ ସଂପର୍କରେ ରାଜ୍ୟବାସୀଙ୍କ ସମ୍ମୁଖରେ ନିର୍ବାଚନ କମିଶନସ୍ପଷ୍ଟୀକରଣ ଦେବା ନିହାତି ଉଚିତ୍‌ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଗତ ୮ତାରିଖରେ ଚିଠି ନମ୍ବର ୨୧୫୬ / ଝଋଉ ରେ ରାଜ୍ୟ ନିର୍ବାଚନ ଆୟୋଗ ଯେଉଁ ଗଣତି ପ୍ରକ୍ରିୟା (ଭୋଟ ବାକ୍ସରୁ ବାହାରିଥିବା ସମସ୍ତ ଭୋଟ ସିଦ୍ଧ ରହିବ) ବୋଲି ଚିଠି କରିଛନ୍ତି ତାହାକୁ ନିର୍ବାଚନ ଦାୟୀତ୍ୱରେ ଥିବା ସମସ୍ତ ଜିଲ୍ଲାପାଳଓ ବିଡିଓମାନଙ୍କୁ ପଠାଇଥିବାବେଳେ ଏଯାଏଁ କାହିଁକି ନିର୍ବାଚନ କମିଶନ ୱେବସାଇଟରେ ପ୍ରକାଶ କରାଯାଇ ନାହିଁ ? ମନ୍ଦଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ନିର୍ବାଚନ ପରିଚାଳନନା ଦାୟୀତ୍ୱରେ ଥିବା ବିଡିଓ ଓ ଜିଲ୍ଲାପାଳଙ୍କୁ ସର୍କୁଲାରପଠାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ନିର୍ବାଚନ ସମୟରେ ଏବଂ ଷ୍ଟ୍ରଙ୍ଗରୁମରେ ହେବାକୁ ଥିବା ହେରାଫେରାକୁ ଆଇନଗତ ସିଦ୍ଧକରିବା ପାଇଁ ଅପଚେଷ୍ଟାକରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପଂଚାୟତ ନିର୍ବାଚନ ମାନୁଆଲରେ ଗଣତି ପ୍ରକ୍ରିୟା ସଂପର୍କରେ ସ୍ପଷ୍ଟ କଲେ ନାହିଁନିର୍ବାଚନ କମିଶନ । ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ଜାରୀ କରିଥିବା ଚିଠି ନମ୍ବର ୨୧୫୬ / ଝଋଉକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଆସନ୍ତା କାଲିଠୁ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବାକୁ ଥିବା ପଂଚାୟତ ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ଅବସରରେ ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଠାକୁର ରଞ୍ଜିତ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ଜୀବନ ପ୍ରଦୀପ ଦାସ ପ୍ରମୁଖ
ଉପସ୍ଥିତ ଥିଲେ ।

Leave a comment