ସମ୍ବଲପୁରରେ ରାଜ୍ୟର ୨ୟ ସୈନିକ ସ୍କୁଲ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ସୈନିକ ସ୍କୁଲ ସମ୍ବଲପୁର ସଦର ତହସିଲ ଅନ୍ତର୍ଗତ ବସନ୍ତପୁର ମୌଜାରେ ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ଏହି ସ୍କୁଲ ପାଇଁ ରାଜ୍ୟ ସରକାର ୧୦୦ ଏକର ୦୫ ଡିସିମିଲି ସରକାରୀ ଜମି ଯୋଗାଇଦେବେ ।

ବିନା ମୂଲ୍ୟ ଓ ବିନା ଆନୁଷଙ୍ଗିକ ଖର୍ଚ୍ଚରେ ଲିଜ୍ ସୂତ୍ରରେ ତାହା ପ୍ରଦାନ କରାଯିବ । ତେବେ ଭୂ-ରାଜସ୍ୱ ବାବଦକୁ ଏକର ପିଛା ଏକ ଟଙ୍କା ହିସାବରେ ଓ ସେସ୍ ବାବଦକୁ ଭୂ-ରାଜସ୍ୱର ୭୫% ହିସାବରେ ସମ୍ପୃକ୍ତ ସଂସ୍ଥାକୁ ଦେବାକୁ ପଡ଼ିବ ବୋଲି କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Leave a comment