ଜୟାପ୍ରଦାଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ସମାଜବାଦି ପାର୍ଟି ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ(ୟୁପି) ରାମପୁର ଲୋକ ସଭା ଆସନର ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ସମାଜବାଦୀ ପାର୍ଟିର ଏମ୍‌ପି ପ୍ରାର୍ଥୀ ଆଜମ ଖାନ । ମହିଳା ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୋଗୁ ଆଜାମ୍‌ ଖାନ୍‌ଙ୍କ ନାଁରେ ମହିଳା କମିଶନ ଏକ ମାମଲା ରୁଜୁ କରିଥିବା ବେଳେ ୟୁପି ପୋଲିସ ତାଙ୍କ ନାମରେ ୫୦୯ ଆଇପିସି ଧାରାରେ ଏକ ମାମଲା ରୁଜୁ କରିଛି ।

ସେହିପରି ମହିଳା ପ୍ରାର୍ଥୀଙ୍କ ନାଁରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ନିର୍ବାଚନରୁ ବାସନ୍ଦ କରାଯାଉ ବୋଲି ଜୟାପ୍ରଦା ଦାବି କରିଛନ୍ତି । ଏଥିସହିତ ଆଜାମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଜାତୀୟ ମହିଳା କମିଶନ ଚେୟାରପର୍ସନ ରେଖା ଶର୍ମା ସମାଜବାଦି ପାର୍ଟି ପ୍ରାର୍ଥୀ ଆଜାମ୍‌ ଖାନ୍‌ଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ।

Leave a comment