ସଲମାନଙ୍କ ହତ୍ୟା ଧମକ: ଲରେନ୍ସ ଗ୍ୟାଙ୍ଗର ହାତ!

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସଲମାନ ଖାନ, ସଲିମ ଖାନ ବହୁତ ଶୀଘ୍ର ତମ ମାନଙ୍କର ବି ଅବସ୍ଥା ସିଦ୍ଧୁ ମୁସେୱାଲା ଭଳି ହେବ । ଏହି ଧମକପୂର୍ଣ୍ଣ ଚିଠି ଆସିଛି ବଲିଉଡର ଭାଇଜାନ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ନାଁରେ । ବଲିଉଡର ଏହି ଷ୍ଟାର ପରିବାରକୁ ମୁସେୱାଲି ଭଳି ଅବସ୍ଥା କରିଦେବାର ଧନକ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେପଟେ ଏହି ଖବର ଆସିବା ପରେ ପରେ ସଲମାନଙ୍କ ପରିବାରର ପାଇଁ ସୁରକ୍ଷା ବଢାଇ ଦିଆ ଯାଇଛି । ସଲିମ ଖାନ ପୋଲିସକୁ କହିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯେତେବେଳେ ସଲିମ ଖାନ ତାଙ୍କ ଦୁଇ ବଡି ଗାଡ଼ଙ୍କ ସହ ମର୍ଣ୍ଣିଙ୍ଗ ୱାକ ସାରି ବିଶ୍ରାମ ନେବା ପାଇଁ ଏକ ବେଞ୍ଚରେ ବସିଥିଲେ, ଯେଉଁଠି କି ସେ ସବୁଦିନ ବସନ୍ତି ।

ସେଠାରେ ଜଣେ ବଡିଗାଡ଼କୁ ଏକ ଚିଠି ମିଳିଥିଲା । ଏହି ଚିଠିରେ ଲେଖାଥିଲା ସଲମାନ ଖାନ ଓ ସଲିମ ଖାନର ଅବସ୍ଥା ବହୁତ ଶୀଘ୍ର ସିଦ୍ଧୁ ମୁସେୱାଲା ଭଳି କରିଦିଆଯିବ । ଏହି ଚିଠି ମିଳିବା ମାତ୍ରେ ସଲିମ ଖାନ ତାଙ୍କ ସିକ୍ୟୁରିଟି ଗାଡଙ୍କ ଦ୍ୱାରା ପୋଲିସ କମ୍ପେ୍ଲନ ରେଜିଷ୍ଟର କରିଛନ୍ତି । କମ୍ପେ୍ଲନ ଆଧାରରେ ପୋଲିସ ଆଇପିସି ଧାରା ୫୦୬ରେ ଏକ ମାମଲା ରୁଜୁ କରିଛି । ତେବେ ଏହି ଘଟଣାରେ ସଲିମ ଖାନ କାହା ଉପରେ ସନ୍ଦେହ ଥିବା ସ୍ପଷ୍ଟ କରିନାହାନ୍ତି। ଏଥିସହ ସେହି ଧମକ ପୂର୍ଣ୍ଣ ଚିଠିକୁ ମଧ୍ୟ ପୋଲିସର ଜିମା ଦେଇଛନ୍ତି । କୁହାଯଉଛି କି ଏହି ଧମକ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଆସିଛି । ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପଛରେ ମଧ୍ୟ ଏହି ଗ୍ୟାଙ୍ଗର ହାତ ଥିବା କୁହାଯାଉଛି ।

ମୁସେୱାଲା ହତ୍ୟା ଘଟଣାରେ ପ୍ରଥମରୁ ହିଁ ସାମ୍ନାକୁ ଆସିଥିବା ଲରେନ୍ସ ବିଷ୍ନୋଇ ସଲମାନ ଖାନକୁ ୨୦୧୮ରେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଧମକପୂର୍ଣ୍ଣ ଚିଠି ମିଳିବା ପରେ ମୁମ୍ବାଇ ପୋଲିସ ଆକ୍ସନ ମୋଡରେ ଆସିଛି । ମୁମ୍ବାଇ ପୋଲିସର ଏକ ଟିମ ସଲମାନ ଖାନଙ୍କ ଘରେ ଗାଲେକ୍ସି ଆପାଟଣ୍ଡେ ପହଞ୍ଚି ଅଧିକ ଅନୁସନ୍ଧାନ ଆରମ୍ଭ କରିଛି । ସିଦ୍ଧୁ ମୁସେୱାଲର ହତ୍ୟା ପରେ ସଲମାନ ଖାନଙ୍କୁ ଏପରି ଧମକ ମିଳିବା ପରେ ପୁରା ବଲିଉଡରେ ହଇଚଇ ସୃଷ୍ଟି ହୋଇଯାଇଛି ।

Leave a comment