ସଲ୍ମାନଙ୍କ ଫାର୍ମ ହାଉସରେ ପୋତାଯାଇଛି ବହୁ ଅଭିନେତାଙ୍କ ଶବ: କେତନ କକ୍କଡ
ସଲ୍ମାନ୍ ଖାନ୍ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସଲମାନଙ୍କ ପାନଭେଲ୍ ସ୍ଥିତ ଫାର୍ମ ହାଉସରେ ଅନେକ ଅଭିନେତାଙ୍କ ଶବ ପୋତାଯାଇଛି। ଏଠାରେ ଶିଶୁ ଚାଲାଣ ହେଉଥିବା ସଲ୍ମାନଙ୍କ ପଡୋଶୀ କେତନ କକ୍କଡ ଅଭିଯୋଗ କରିବା ସହ ସୋସିଆଲ ମିଡିଆ ପୋଷ୍ଟ ଏବଂ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏ ନେଇ ସଲମାନ କକ୍କଡଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଅଭିନେତାଙ୍କୁ ବଦନାମ କରିବା ପାଇଁ ଏପରି ଅଭିଯୋଗ କରାଯାଇଛି ବୋଲି ସଲମାନଙ୍କ ଓକିଲ ପ୍ରଦୀପ ଗାନ୍ଧୀ କହିଛନ୍ତି। ମୁମ୍ବଇ ସିଟି ସିଭିଲ କୋର୍ଟରେ ଏ ନେଇ ମାନହାନି ମାମଲା ରୁଜୁ କରାଯାଇଛି।
ଏଥିରେ ମିଥ୍ୟା ମନ୍ତବ୍ୟ ଦେବାରୁ ପଡୋଶୀଙ୍କୁ ରୋକିବା ପାଇଁ ଅନୁରୋଧ କରାଯାଇଛି। ସଲମାନ ଖାନଙ୍କ ସହ ତାଙ୍କର ସମ୍ପତ୍ତି ବିବାଦ ରହିଛି। ତାଙ୍କ ପ୍ଲଟକୁ ଯିବାକୁ ପଡିଥିବା ରାସ୍ତାକୁ ସଲମାନ ବନ୍ଦ କରିଦେଇଥିବା କକ୍କଡ କହିଛନ୍ତି। କିନ୍ତୁ ସଲମାନଙ୍କ ଓକିଲ ଏହାକୁ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭିନେତା ପାନଭେଲ ଫାର୍ମ ହାଉସରେ ନିଜ ଜନ୍ମଦିନ ପାଳନ କରିଥାନ୍ତି। ସେ ନିଜ ଭଉଣୀ ଅର୍ପିତାଙ୍କ ନାମରେ ଫାର୍ମ ହାଉସର ନାମ ରଖିଛନ୍ତି। ଲକଡାଉନ ସମୟରେ ଏହି ଫାର୍ମ ହାଉସରେ ରହିଥିଲେ।