‘ମାଷ୍ଟର’ ହେବାକୁ ପ୍ରସ୍ତୁତ ହେଉଛନ୍ତି ଭାଇଜାନ୍‌

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ସମୀକ୍ଷକଙ୍କ ପାଇଁ ବେଶ କିଛି କମାଲ କରିନଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଫିଲ୍ମ ରେକର୍ଡ ସଂଖ୍ୟାରେ ଓଟିଟି ପ୍ଲାଟଫର୍ମରେ ଲୋକ ଦେଖିଥିଲେ । ରାଧେ ପରେ ଏବେ ଭାଇଜାନଙ୍କ ପ୍ରଶଂସକ ଆଗାମୀ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଖୁବଶୀଘ୍ର ସଲମାନ ନିଜର ଦୁଇଟି ବିଗ୍‌ ବଜେଟ ଫିଲ୍ମର ଘୋଷଣା କରିପାରନ୍ତି । ଭାଇଜାନ୍‌ ସଲମାନ ଥଲାପତି ବିଜୟଙ୍କ ତାମିଲ ଫିଲ୍ମ ‘ମାଷ୍ଟର’ର ହିନ୍ଦୀ ରିମେକ କରିବାକୁ ଯୋଜନା ଚଳାଇଛନ୍ତି । ଏହାପରେ ମନୀଷ ଶର୍ମାଙ୍କ ଫିଲ୍ମ ‘ଟାଇଗର ୩’ ପାଇଁ ଯୋଜନା କରୁଛନ୍ତି । ତେବେ ଭାଇଜାନଙ୍କ ହାତରେ ୪ଟି ବଡ ଫିଲ୍ମ ରହିଛି ।

Leave a comment