ଆପଣ ସଜନା ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତୁ ଆଜି ଜାଣିବା ସଜନା ଶାଗ ଖାଇବାର ଉପକାରିତା ବିଷୟରେ । ସଜନା ଶାଗ ବହୁ ଜାଗାରେ ବାହୁ ନାମରେ ଜଣା ଯାଏ । ଏହାକୁ ଆମେ ଖାଇବାରେ ବ୍ୟବହାର କରୁ । ଏହାର ଫଳ ଓ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଫାଇଦା ରହିଛି । ଆଜି ଆମେ ସଜନା ସାଗର ଫାଇଦା ବିଷୟରେ ଆଲୋଚନା କରିବା । ଏମିତି ଜଣାଯାଏ ଯେ ୧୦୦ ଗ୍ରାମ ସଜନା ଶାଗରେ ୫ ଗ୍ଲାସ କ୍ଷୀରର କ୍ୟାଲସିୟମ ରହିଥାଏ, ଏକ ଲେମ୍ବୁ ତୁଳନାରେ ୫ ଗୁଣ ଅଧିକ ଭିଟାମିନ c ମିଳିଥାଏ ।ଏହାର ପତ୍ରରେ କ୍ୟାଲସିୟମ, ଭିଟାମିନ C ସହିତ , ପ୍ରୋଟିନ ,ଆଇରନ, ପୋଟାସିୟମ , ମ୍ୟାଗ୍ନେସିୟମ ଓ ଭିଟାମିନ B କମ୍ପ୍ଲେକ୍ସ ଭରପୁର ମାତ୍ରାରେ ଥାଏ । ଏବେ ଆସନ୍ତୁ ଜାଣିବା ସଜନ୍ନା ପତ୍ର କେଉଁ ଭଳି ଆମର ଶରୀରର ଉପକାର କରିଥାଏ।
ହଇଜା , ଝାଡାବାନ୍ତି , ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରଶ ପିଇବା ଅତି ଲାଭକାରି ହୋଇଥାଏ । ବହୁତ ଥଣ୍ଡାରେ ଯଦି ଆମେ ଏହାର ପତ୍ର ଓ ଫଳ ପାଣିରେ ଫୁଟାଇ ଏହାର ବାମ୍ଫ ନେଇଥାଉ ତେବେ ଥଣ୍ଡାରେ ବନ୍ଦ ହୋଇଥିବା ନାକ ସମ୍ପୂର୍ଣ ରୂପେ ଠିକ ହୋଇଯାଇଥାଏ , ଏହା ସହିତ ଶରୀରର କଷ୍ଟ ବି କମ ହୋଇଥାଏ । ଏହାକୁ ନିୟମିତ ଖାଇବା ଦ୍ଵାରା ଏନିମିଆ ମାନେ ରକ୍ତର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁପୋଷଣକୁ ଦୂର କରିଥାଏ ଏବଂ ଭଲ ପୋଷକ ତତ୍ୟ ଦେଇଥାଏ ।
ଏହାକୁ ସେବନ କରିବା ଦ୍ଵାରା ଗର୍ଭବତୀ ମହିଳା ଓ ସ୍ତନ୍ୟ ପାନ କରାଉଥିବା ମହିଳାଙ୍କ ଶରୀର ଠିକ ରହିଥାଏ । ଏହା ସମଗ୍ର ଶରୀରର ସୁରକ୍ଷା କରିଥାଏ, ପୋଷଣ ତଥା ଶରୀରକୁ ଊର୍ଜା ଦେଇଥାଏ । ଏହା ପ୍ରୋଟିନ ଓ ବିଟାମିନରେ ଭରପୁର ଅଟେ, ଏହା କୋଷ୍ଟ କାଠିନ୍ୟକୁ ଦୂର କରିବାରେ କାମ କରିଥାଏ । ଏଥିରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ ଯାହା ଆମର ପାଚନ ତତ୍ଵକୁ ପୁରା ଠିକ ରଖିଥାଏ । ଏହା ଖାଇବା ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।