ସାଇନସ୍ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

0

ସାଇନସ୍ ନାକ ସମ୍ବନ୍ଧିତ ରୋଗ। ଯେଉଁ କାରଣରୁ ନିଶ୍ବାସ ନେବାରେ ସମସ୍ଯା ଦେଖାଯାଇଥାଏ। ଏଥିସହ ଶରୀରର ମାଂସପେଶୀରେ ମଧ୍ଯ ଯନ୍ତ୍ରଣା ଅନୁଭବ ହୋଇଥାଏ। ସାଇନସ୍ କୁ ସାଇନୋସାଇଟିସ୍ ମଧ୍ଯ କୁହାଯାଇଥାଏ। ଏହି ସମସ୍ଯା ବ୍ଯାକ୍ଟେିରିଆ,ଫଙ୍ଗଲ, ଇନଫେକ୍ସନ୍, ସଂକ୍ରମଣ, ନାକର ହାଡ ବଢିବା ଏବଂ ଆସ୍ଥମା କାରଣରୁ ହୋଇଥାଏ। ଏନେଇ ଆଜି ଆମେ ଆପଙ୍କୁ ଜଣାଇବୁ ଯଦି ଆପଣଙ୍କର ଏଭଳି ସମସ୍ଯା ରହିଥାଏ ତେବେ ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ସବସ୍ଯାରୁ ରକ୍ଷା ପାଇପାରିବେ।ଉପଯୋଗ କରିବାର ବିଧି:
-ସାଇନସ୍ ସମସାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ ଜୀରା ଏବଂ ଗୋଲମରିଚ ମିଶ୍ରଣ ବ୍ଯବହାର କରିପାରିବେ। ଏଥିପାଇଁ ଆପଣ ୧ ଚାମଚ ଜୀରା, ୪ ରୁ ୫ ଚାମଚ ଗୋଲମରିଚ ଏବଂ ୧ ଚାମଚ ମହୁ ସେବନ କରନ୍ତୁ।

ଗୋଲମରିଚ ଏବଂ ଜୀରାକୁ କୌଣସି ଏକ ପାତ୍ରରେ ଗରମ କରିଦିଅନ୍ତୁ। ଏହାପରେ ଏହାକୁ ଗୁଣ୍ଡ କରି ସେଥିର ମହୁ ମିଶାଇ ଦିଅନ୍ତୁ। ଆପଣ ଏହି ମିଶ୍ରଣକୁ ଦିନରେ ୨ ଥର ସେବନ କରିପାରିବେ। ଏହାକୁ ସେବନ କରିବା ପରେ ହାଲୁକା ଉଷୁମ ପାଣି ପିଅନ୍ତୁ। ମନେରଖନ୍ତୁ ଏହି ମିଶ୍ରଣକୁ କେବେ ବି ଖାଲି ପେଟରେ ସେବନ କରନ୍ତୁ ନାହିଁ। ସାଇନସ୍ ରୁ ଛୁଟକାରା ପାଇବା ପାଇଁ ଆପଣ ମେଥି ସଦାସନା ଏବଂ ଡାଲଚିନି ପେଷ୍ଟକୁ ମଧ ବ୍ଯବହାର କରିପାରିବେ। ଏହି ପେଷ୍ଟ ତିଆରି କରିବା ପାଇଁ ଆପଣ ୨ ବଡ ଚାମଚ ମେଥି ଦାନା, ୪ ରୁ ୫ଟି ଡାଲଜିନ୍ ଖଣ୍ଡ ଏବଂ ୧ ଚାମଚ ମହୁର ଆବଶ୍ଯକତା ରହିଛି।

-ମେଥି ମଞ୍ଜି ଏବଂ ଗୋଲମରିଚକୁ ଏକ ପାତ୍ରରେ ଗରମ କରି ଦିଅନ୍ତୁ। ଏହାପରେ ମେଥି, ଗୋଲମରିଚ ଏବଂ ଡାଲଚିନି ଖଣ୍ଡକୁ ଗୁଣ୍ଡ କରିଦିଅନ୍ତୁ। ଏହି ଗୁଣ୍ଡରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହି ମିଶ୍ରଣକୁ ଦିନକରେ ଥରେ ସେବନ କରନ୍ତୁ। ଯଦି ସାଇନସ୍ ସମସ୍ଯା ଅଧିକ ଥାଏ ତେବେ ଆପଣ ଏହି ମିଶ୍ରଣକୁ ଦିନରେ ୨ ଥର ମଧ୍ଯ ସେବନ କରିପାରିବେ।

Leave a comment