ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ ସଦାବିହାରୀ

0

ପ୍ରକୃତିରେ ଏପରି ବହୁତ ଜିନିଷ ମିଳେ ଯାହାକୁ ଆମେ ଔଷଧ ଭାବେ ବ୍ୟବହାର କରିଥାଉ। ସଦାବିହାରୀ ପତ୍ର ବିଷୟରେ ଆପଣ ଆଗରୁ କେବେ ଶୁଣିନଥିବେ। ଏହି ଗଛରେ ଏପରି କେତେକ ଔଷଧୀୟ ଗୁଣ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରରେ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣ କରିବା ପାଇଁ ଆୟୁର୍ବେଦରେ ବହୁ ପ୍ରାକୃତିକ ଉପଚାର ରହିଛି। ଡାଇବେଟିସ୍‌ ପରି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୁର୍ବେଦରେ ସଦାବିହାରୀ ପତ୍ର ଖାଇବାକୁ ପରାମର୍ଶ ଦିଆଯାଇଛି। ସଦାବିହାରୀ ପତ୍ର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ସଦାବିହାରୀ ଫୁଲ ଏବଂ ପତ୍ର ଖାଇପାରିବେ। ଏହି ପଦ୍ଧତି ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ। ସଦାବିହାରୀ ଗଛ ଭାରତର ସବୁ ସ୍ଥାନରେ, ବର୍ଷର ସବୁ ସମୟରେ ଦେଖିବାକୁ ମିଳିଥାଏ। ଏହାକୁ ଆପଣ ବାଡ଼ି ବଗିଚାରେ ମଧ୍ୟ ପାଇପାରିବେ । ଆୟୁର୍ବେଦ ଅନୁଯାୟୀ, ଏହାର ଫୁଲ ଏବଂ ପତ୍ର ମଧୁମେହକୁ ନିୟନ୍ତ୍ରଣ କରିବାରେ, ମ୍ୟାଲେରିଆ, ଗଳା ଯନ୍ତ୍ରଣା ଏବଂ ଲ୍ୟୁକେମିଆ ଭଳି ରୋଗର ଚିକିତ୍ସା କରିବାରେ ପ୍ରଭାବଶାଳୀ ହୋଇଥା। ସଦାବିହାରୀ ଗଛର ଫୁଲ ଏବଂ ପତ୍ରରେ ଆଲ୍‌କାଲଏଡ୍‌ସ ନାମକ ଏକ ଉପାଦାନ ରହିଥାଏ, ଯାହା ଅଗ୍ନାଶୟର ବିଟା କୋଷକୁ ସଠିକ୍ ପରିମାଣରେ ଇନସୁଲିନ୍ ଉତ୍ପାଦନ କରିବାକୁ ଉତ୍ସାହିତ କରିଥାଏ | ଇନସୁଲିନ୍ ରେ ହିଁ ବ୍ଲଡ଼ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
କିପରି ବ୍ୟବାହର କରିବେ :
ସଦାବିହାରୀ ପତ୍ରକୁ ଶୁଖାଇ ଦେବା ପରେ ଏହାକୁ ଗୁଣ୍ଡ କରି ଏକ ଡବାରେ ରଖନ୍ତୁ। ଏହି ଗୁଣ୍ଡରୁ ପ୍ରତିଦିନ ଏକ ଚାମଚ ଏବଂ ଏହାର ତାଜା ଫୁଲର ରସକୁ ପାଣି ସହିତ ପିଅନ୍ତୁ। ସଦାବିହାରୀ ପତ୍ର ଗୁଣ୍ଡର ସ୍ୱାଦ କଷା। ୩ କିମ୍ୱା ୪ଟି ସଦାବିହାରୀ ପତ୍ରରୁ ଅଧିକ ଖା’ନ୍ତୁ ନାହିଁ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଏହାକୁ ଦିନରେ ଚୋବାଇ ଖା’ନ୍ତୁ। ସଦାବିହାରୀ ଗଛର ଗୋଲାପି ଫୁଲକୁ ଏକ କପ୍‌ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ। ଏହାର ପତ୍ରରେ ପ୍ରସ୍ତୁତ ଚା’ ନିୟମିତ ସକାଳେ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ସୁଫଳ ମିଳିଥାଏ।

Leave a comment