ଆଜି ଆସିବେ ସଚିନ ତେନ୍ଦୁଲକର, ଜୋସ ରେ ହକି ପ୍ରେମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୁଷ ବିଶ୍ୱକପ ହକି ର ଉଦଘାଟନୀ ଉତ୍ସବ ଯେତେ ଆକର୍ଷଣୀୟ ଥିଲା ତାକୁ ଦୃଷ୍ଟିରେ ରଖି ଉଦଯାପନୀ ମ୍ୟାଚ ମଧ୍ୟ ସେତିକି ସ୍ମରଣୀୟ କରିବାକୁ ଏହି ଉତ୍ସବ ପାଇଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ନିମନ୍ତ୍ରଣ କରିଥିଲେ । ପ୍ରତିଉତ୍ତର ରେ ସଚିନ ଆଜି ଆସିବେ ବୋଲି ଟ୍ୱିଟ କରିଛନ୍ତି । ସେହିପାରି ଭୁବନେଶ୍ୱରରେ ହୋଇଥିବା ହକି ଆୟୋଜନ ର ସଚିନ ଖୁବ ପ୍ରଶଂସା କରିଛନ୍ତି । ଅପରପକ୍ଷରେ ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱର ଆସୁଛନ୍ତି ସଚିନ ତେନ୍ଦୁଲକର ଜାହାକୁ କି ଦେଶରେ କ୍ରିକେଟର ଭଗବାନ ବୋଲି ଆଖ୍ୟା ଦିଆଯାଇଛି । ସଚିନ ଫାଇନାଲ ମ୍ୟାଚ ରେ ଉପସ୍ଥିତ ରହି ହକି ପ୍ରେମୀଙ୍କୁ ଉତ୍ସାହିତ କରିବେ ।
ଅପରପକ୍ଷରେ କଳିଙ୍ଗ ଷ୍ଟାଡିଅମ ରେ ଚାଲୁଥିବା ମେନ ୱାର୍ଲଡ଼ କପ ହକି ରେ ସଚିନ ଙ୍କ ଉପସ୍ଥିତିକୁ ନେଇ ଜୋସରେ ରାଜ୍ୟବାସୀ । ଭାରତ ଖେଳରୁ ବାହାର ହୋଇଯାଇଥିଲେ ମଧ୍ୟ ଫାଇନାଲ ମ୍ୟାଚ ରେ ସଚିନ ଆସିବା ଖବର ସମସ୍ତଙ୍କ ମନରେ ଏକ ନୂତନ ଉତ୍ସାହ ଭରି ଦେଇଛି ।