ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୟୁକ୍ରେନରେ ଦ୍ଵିତୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ପଞ୍ଜାବ ନିବାସୀ ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ. ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ରୋଗରେ ଘଟିଛି। ସେ ୟୁକ୍ରେନର ଭିନିସ୍ତିଆ ଡିକାଲ ୟୁନିଭର୍ସିଟିର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକ ବାସିନ୍ଦା ନବୀନଙ୍କ ଖାରକିଭରେ ଗୁଳିମାଡରେ ମୃତ୍ୟୁ ଘଟିଥିଲା।

ଚନ୍ଦନ ଭିନିସ୍ତିଆ ନ୍ୟାସନାଲ ପାଇରୋଗୋଭ, ମେମୋରିଆଲ ମେଡିକାଲ କଲେଜରେ ପଢୁଥିଲେ। ଚନ୍ଦନଙ୍କ ବାପା କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁଅର ମୃତଦେହ ଭାରତ ଆଣିବାକୁ ଦାବି କରିଛନ୍ତି। ଅନ୍ୟପଟେ କ୍ରେନ୍ଦ ସରକାରଙ୍କ ପକ୍ଷରୁ କର୍ଣ୍ଣାଟକର ନବୀନଙ୍କ ମୃତଦେହ ତୁରନ୍ତ ଭାରତ ଅଣାଯିବା ନେଇ ପ୍ରୟାସ ଜାରି ରହିଛି। ୟୁକ୍ରେନ୍ ନିଜର ଏୟାରସ୍ପେସ୍‌କୁ ବନ୍ଦ କରିଛି। ଏଭଳି ସ୍ଥିତିରେ ସେଠାରେ କୌଣସି ଦେଶର ବିମାନ ଅବତରଣ କରି ପାରିବ ନାହିଁ।

Leave a comment