ଜାତିସଂଘ ମାନବାଧିକାର ପରିଷଦରୁ ରୁଷ୍ ନିଲମ୍ବିତ

ନୂଆଦିଲ୍ଲୀ : ୟୁକ୍ରେନ୍ର ବୁଚା ଗଣହତ୍ୟା ପରେ ଜାତିସଂଘ ସାଧାରଣ ସଭା ରୁଷ୍କୁ ଏହାର ମାନବାଧିକାର ପରିଷଦରୁ ନିଲମ୍ବିତ କରିଛି । ବୁଚା ଏବଂ କିଏଭ୍ ନିକଟବର୍ତ୍ତୀ ସହରରେ ରୁଷ୍ ସେନା ଦ୍ୱାରା ସାଧାରଣ ନାଗରିକଙ୍କ ଗଣହତ୍ୟା କରାଯାଇଥିବା ୟୁକ୍ରେନ୍ ପକ୍ଷରୁ ଦାବି କରାଯିବା ପରେ ସାରା ବିଶ୍ୱ ଚକିତ ହୋଇଯାଇଥିଲା ଏବଂ ମସ୍କୋ ବିରୋଧ ନୂଆ କଟକଣା ଲାଗୁ କରିବା ନିମନ୍ତେ ସ୍ୱର ଉଠିଥିଲା ।
ଏହି ନିଲମ୍ବନ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଯୁଦ୍ଧ ଅପରାଧୀ ଏହି ସଂସ୍ଥାର ପ୍ରତିନିଧିତ୍ୱ କରିବା ଉଚିତ ନୁହେଁ ବୋଲି ୟୁକ୍ରେନ୍ କହିଛି । ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା ଟ୍ୱିଟ୍ କରି କହିଛନ୍ତି, ମାନବାଧିକାରର ସୁରକ୍ଷା କରୁଥିବା ଜାତିସଂଘର ଏହି ସଂସ୍ଥାରେ ଯୁଦ୍ଧ ଅପରାଧୀଙ୍କର କୌଣସି ସ୍ଥାନ ନାହିଁ ।