ରୁଷିଆ ୟୁକ୍ରେନ୍ରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୩ ଥର ଆକ୍ରମଣ କରିଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

0

ଜେନିଭା : ଯୁଦ୍ଧ ସମୟରେ ରୁଷିଆ ୟୁକ୍ରେନ୍‌ର ବିଭିନ୍ନ ସହରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେମାନେ ମୋଟ ୪୩ ଥର ୟୁକ୍ରେନ୍‌ରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକ୍ରମଣ କରିଛନ୍ତି । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୪ ଜଣ ଆହତ ହୋଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡ. ଟେଡରସ ଆଦ୍‌ନୋମ କହିଛନ୍ତି ଯେ, ଯେକୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଅନ୍ତର୍ଜାତୀୟ ମାନବୀୟତା ନିୟମକୁ ଉଲ୍ଲଂଘନ କରିବା ସହ ସମାନ । ଆମକୁ ଦେଖିବାକୁ ମିଳିଛି ଯେ, ରୁଷିଆର ସେନା ହସ୍‌ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଛି । ଟେଡରସ କହିଛନ୍ତି ଯେ, କୋଭିଡ-୧୯ ଉପରେ ଯୁଦ୍ଧ ବଡ଼ ପ୍ରଭାବ ପକାଇଛି । ଯୁଦ୍ଧ ଯୋଗୁଁ ଏବେ କରୋନା ପରୀକ୍ଷା କରାଯାଇ ପାରୁନାହିଁ ।

Leave a comment