ଋଷ ପାଳୁଛି ବିଜୟ ଦିବସ

0

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନା ନେଉ ନାହିଁ । ୭୫ ଦିନରେ ପହଞ୍ଚିଛି । ଅନ୍ୟପଟେ ଆଜି ଋଷ ୭୭ ତମ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଏକ ପରେଡ ସମାରୋହ ମଧ୍ୟ ଆୟୋଜିତ ହେଇଛି ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଦେଶକୁ ସମ୍ବୋଧିତ କରିବେ । ଋଷରେ ବିଜୟ ଦିବସ ପରେଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଜୟ ଦିବସ ପ୍ରତିବର୍ଷ ୯ ମଇରେ ଆୟୋଜିତ ହୋଇଥାଏ ।

ଆମ ଯବାନମାନେ ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି । ଯାହା ବ୍ୟର୍ଥ ଯିବନାହିଁ । ୧୯୪୫ରେ ବି ଦେଶର ବିଜୟ ହୋଇଥିଲା । ଏବେ ମଧ୍ୟ ବିଜୟ ସୁନିଶ୍ଚିତ ହେବ ବୋଲି କହିଛନ୍ତି ପୁଟିନ । ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ସୋଭିଏତ୍ ସଂଘର ବିଜୟ ହୋଇଥିବାରୁ ରୁଷ୍ ପ୍ରତିବର୍ଷ ମେ ୯ରେ ବିଜୟ ଉତ୍ସବ ପାଳନ କରିଆସୁଛି। ସୋଭିଏତ ନେତା ଷ୍ଟାଲିନ୍ ମେ ୯କୁ ବିଜୟ ଉତ୍ସବ ପାଇଁ ଚୟନ କରିଥିଲେ । କାରଣ ଏହି ଦିନ ବର୍ଲିନ ସଂପୂର୍ଣ୍ଣ ଭାବେ ସୋଭିଏତ୍ ସେନା ନିୟନ୍ତ୍ରଣକୁ ଆସିଯାଇଥିଲା। ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧକୁ ନେଇ କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ଏପରିକି ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ମଧ୍ୟ ପୁଟିନ୍ ତାଙ୍କ ଭାଷଣରେ କରିପାରନ୍ତି । ବିଜୟ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଦେଶବାସୀଙ୍କୁ ଯେଉଁ ଉଦ୍ ବୋଧନ ଦେବେ ତାହାକୁ ପୂରା ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି।

Leave a comment