ୟୁକ୍ରେନର ସାମରିକ ବେସ ଉପରେ ଋଷର ଆକ୍ରମଣ, ୭୦ରୁ ଅଧିକ ସୈନିକ ନିହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସ୍ଥିତିରେ ପହଂଚିଛି। ମଙ୍ଗଳବାର ଦିନ ରୁଷର ସାମରିକ ବେସ୍ ଉପରେ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ରୁଷର ସେନା ଦ୍ରୁତ ଗତିରେ କିଭ ଆଡକୁ ଗତି କରୁଛି । ୟୁକ୍ରେନର ରାଜଧାନୀ କିଭ ଧରିବା ପାଇଁ ଋଷ ଦ୍ୱାରା ବର୍ତ୍ତମାନ ଏକ ବିରାଟ ସାମରିକ କନଭେନ ପଠାଯାଇଛି । ପଠାଯାଇଥିବା ଋଷିଆ କନଭେନ୍ ଆକାର ୩ମାଇଲ ପର୍ଯ୍ୟନ୍ତ ଥିଲା । ବାସ୍ତବରେ, ଆମେରିକାର କମ୍ପାନୀ ମ୍ୟାକ୍ସାର ଟେକ୍ନୋଲୋଜି ସୋମବାର ସୂଚନା ଦେଇଛି ଯେ କିଭର ୪୦ କିଲୋମିଟର ଦୂରରେ ଏକ ଋଷର ସାମରିକ କନଭେନ୍ ଅଛି । ବିଶେଷ କଥାଟି ହେଉଛି, ପୂର୍ବରୁ କନଭେନର ଲମ୍ବ ୧୭ ମାଇଲ ଅର୍ଥାତ୍ ୨୭ କିଲୋମିଟର ଥିଲା । ୟୁକ୍ରେନ ବିରୋଧରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।