ସାମରିକ ଘାଟିରେ ରକେଟ୍‌ ମାଡ, ୩୫ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୮ ଦିନ ପୂରିଛି । ଆଜି ଋଷ ପକ୍ଷରୁ ପଶ୍ଚିମ ୟୁକ୍ରେନରେ ଥିବା ଏକ ସାମରିକ ବେସ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ନେଇ ସ୍ଫଷ୍ଟ କରିଛନ୍ତି ଲିଭ୍‌ର ରାଜ୍ୟପାଳ ମାକ୍ସିମ୍ କୋଜିଟସ୍କି ।
କୋଜିଟସ୍କି କହିଛନ୍ତି ଯେ, ଋଷିଆ ୟାଭୋରିଭ ସ୍ଥିତ ସାମରିକ ବେସ ଉପରେ 30ରୁ ଅଧିକ ରକେଟ୍‌ ମାଡ କରିଛି । ଏପଟେ ଆହତଙ୍କୁ ଉଦ୍ଧାର କରିବା ଲାଗି ବହୁତ ସଂଖ୍ୟାରେ ଆମ୍ବୁଲାନ୍ସ ପଠାଯାଇଛି । ଏଥିସହ ନିଆଁ ଲିଭାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ବୋଲି ୟୁ୍କ୍ରେନ ପକ୍ଷରୁ କୁହାଯାଇଛି । ଏକ ପାସଞ୍ଜେର ଟ୍ରେନ ଉପରେ ଋଷ ମଧ୍ୟ ଆକ୍ରମଣ କରିଥିବା ଯୁକ୍ରେନ ଦାବି କରିଛି । ଏଥିରେ ଜଣେ ଟ୍ରେନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ୟୁ୍କ୍ରେନର ଜାତୀୟ ରେଳ କମ୍ପାନୀ ଦାବି କରିଛି । ତେବେ ଏହି ଟ୍ରେନ ଲୋକଙ୍କୁ ଉଦ୍ଧାର କରିବା ଲାଗି ପୂର୍ବ ୟୁକ୍ରେନର ଡୋନେଟସ୍କ୍ ଅଞ୍ଚଳରେ ଥିବା ବରୁସିନ୍ ଷ୍ଟେସନ୍‌ ଯାଉଥିବା ବେଳେ ଋଷ ସେନା ଆକ୍ରମଣ କରିଥିବା ୟୁ୍କ୍ରେନ ଦାବି କରିଛି ।

Leave a comment