ରୂପି ସମସ୍ୟାକୁ ନେଇ ଚିନ୍ତିତ ଥିଲେ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେଶର ସବୁଠାରୁ ବଡ଼ ସମସ୍ୟା ହେଉଛି ରୂପି। ରୂପି ଯୋଗୁ କେବଳ ମୁଣ୍ଡ କୁଣ୍ଡେଇ ହୁଏ ନାହିଁ ଚୁଟି ମଧ୍ୟ ଉପୁଡ଼ିଥାଏ। ମାର୍କେଟରେ ରୂପି ସମସ୍ୟା ଦୂର କରିବା ପାଇଁ ଅନେକ ପ୍ରକାରର ସାମ୍ପୋ ମିଳୁଛି। କିନ୍ତୁ ଏହି ସାମ୍ପୋ ରୂପି ସମସ୍ୟା ଦୂର କରିବା ବଦଳରେ କେଶକୁ ରୁକ୍ଷ କରିଦେଇଥାଏ। କେବଳ ଘରୋଇ ଉପାୟରେ ଆମେ ରୂପି ସମସ୍ୟା ଦୂର କରିପାରିବା। ଆସନ୍ତୁ ଜାଣିବା ସେ ସମ୍ପର୍କରେ…
-ନଡ଼ିଆ ତେଲ ରୂପି ପାଇଁ ଏକ ଉତ୍କୃଷ୍ଟ ପ୍ରତିକାର । ଗାଧୋଇବା ପୂର୍ବରୁ 4-5 ଚାମଚ ନଡ଼ିଆ ତେଲ କେଶ ମୂଳରେ ମସାଜ କରନ୍ତୁ ଏବଂ 1-2 ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ । ଆପଣ ଏହାକୁ ସାରାରାତି ରଖି ମଧ୍ୟ ଛାଡି ପାରିବେ ।
-ଦୁଇ ଚାମଚ ଲେମ୍ବୁ ରସକୁ କେଶ ମୂଳରେ ଘଷନ୍ତୁ ଏବଂ ଏହାକୁ ଭଲ ଭାବରେ ମାଲିସ୍ କରନ୍ତୁ । ତା’ପରେ ଗୋଟିଏ କପ୍ ପାଣିରେ ଗୋଟିଏ ଲେମ୍ବୁ ରସକୁ ମିଶାନ୍ତୁ ଏବଂ ଏହି ପାଣିରେ କେଶ ଧୋଇ ଦିଅନ୍ତୁ । ସପ୍ତାହରେ ଏମିତି 3 ଥର କରନ୍ତୁ ଯାହାଦ୍ୱାରା ଆପଣଙ୍କର ରୂପି ସମସ୍ୟା ଦୂର ହେବ ।
-ଘିକୁଆଁରୀର ଲାଳ ଅଂଶରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମହଜୁଦ ରହିଛି। ଯାହା ରୂପି ସମସ୍ୟା ଦୂର କରିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ କରିଥାଏ। ଘିକୁଆଁରୀ ନଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍କୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଆଲୋଭେରା ଜେଲ୍କୁ କେଶ ମୂଳରେ ଲଗାଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ପରେ ଅଳ୍ପ ସାମ୍ପୋ ବ୍ୟବହାର କରି ଭଲ ଭାବେ ମୁଣ୍ଡ ସଫା କରିଦିଅନ୍ତୁ।
-କର୍ପୂର ଓ ନଡ଼ିଆ ତେଲରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରୂପି ସମସ୍ୟା ଦୂର କରିଥାଏ। ଦୁଇ ଚାମଚ ନଡ଼ିଆ ତେଲରେ ଚାମଚେ କର୍ପୂର ମିଶାନ୍ତୁ। ଏହାକୁ କେଶ ଓ କେଶ ମୂଳରେ ମସାଜ୍ କରନ୍ତୁ। ଘଣ୍ଟାଏ ପରେ ସାମ୍ପୁର ମୁଣ୍ଡ ସଫା କରିଦିଅନ୍ତୁ। ରୂପି ସମସ୍ୟା ଦୂର ହେବ।