ଦୌଡରାଣୀ ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାରୋକ୍ତି

ଓଡିଶା ଫାଷ୍ଟ(ବ୍ୟୁରୋ): ଦୌଡ଼ରାଣୀ ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ରହିଥିବା ନେଇ ଟୁଇଟ୍ କରିବା ପରେ ତାଙ୍କ ପରିବାର ପକ୍ଷରୁ ଗମ୍ଭୀର ଅଭିଯୋଗ ଆସିଛି । ତାଙ୍କର ଏହି ସମ୍ପର୍କକୁ ପରିବାର ଲୋକେ ବିରୋଧ କରୁଥିବା ବେଳେ ଦୂତୀଙ୍କୁ ବ୍ଲାକମେଲିଂ କରାଯାଇ ତାଙ୍କର ସମସ୍ତ ଟଙ୍କା ହଡ଼ପ କରାଯିବାକୁ ଚେଷ୍ଟା କରାଯାଉଥିବା ଦୂତୀଙ୍କ ଭଉଣୀ ସରସ୍ବତୀ କହିଛନ୍ତି । ସମଲିଙ୍ଗୀ ସମ୍ପର୍କକୁ ପରିବାର ଲୋକେ ବିରୋଧ କରୁଥିବାରୁ ମା’ବାପାଙ୍କୁ ରାସ୍ତା କଡ଼ରେ ଭିକ ମଗାଇବେ ବୋଲି ଦୂତୀ କହିଥିବା ତାଙ୍କ ମା’ କହିଛନ୍ତି ।
ସୂଚନାଯୋଗ୍ୟ, ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ନେଇ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ତାଙ୍କ ନିଜ ଘର ଯାଜପୁରର ଜଣେ ଝିଅଙ୍କ ସହ ତାଙ୍କର ଗତ ୩ ବର୍ଷ ହେବ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ସେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ସମଲିଙ୍ଗୀ ସମ୍ପର୍କରେ ରହିଥିବା କଥା ସ୍ବୀକାର କରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି । ୨୦୧୮ ସେପ୍ଟେମ୍ବର ମାସରେ ମାନ୍ୟବର ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କରେ ଐତିହାସିକ ରାୟ ଦେବା ପରେ ଏହି ଯୋଡ଼ି ସାଥୀ ହୋଇ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆମେ କୌଣସି ଅପରାଧ କରିନାହୁଁ । ନିଜ ଇଚ୍ଛା ଅନୁସାରେ ଆମେ ସ୍ବାଧୀନ ଭାବେ ବଞ୍ଚିବାକୁ ଚାହୁଁ ବୋଲି ଦୂତୀ କହିଛନ୍ତି ।