ଚାଲିଛି ରୁକୁଣା ରଥର ଚକ ବାଡିଆ

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଆଉ ଅଳ୍ପ କେତୋଟି ଦିନ ବାକି ରହିଥିବା ବେଳେ ଏମିତି ଚାଲିଛି ପ୍ରସ୍ତୁତି। ସ୍ଥାନୀୟ ଲୋକଭାଷାରେ ଏହାକୁ ରଥ ମାଡଖିଆ ଦିନ ବୋଲି କୁହାଯାଏ। ରୁକୁଣା ରଥ ଯାତ୍ରାର ମୁଖ୍ୟ ଆକର୍ଷଣ ଭାବେ ଏହାକୁ ପାଞ୍ଚଣ ମାଡ ବୋଲି ବି କେହୀ କେହି କହିଥାନ୍ତି।
ଏଇ ଦିନ ମହାପ୍ରଭୁଙ୍କ ଚାରି ଚକାକୁ ମହାରଣା ସେବାୟତ ଏବଂ ଭୋଇ ସେବାୟତଙ୍କ ଦ୍ୱାରା କାଠ ଗଣ୍ଡି ସାହାଯ୍ୟରେ ଜୋରରେ ପିଟି ଅଖ ସହ ସଂଯୋଗ କରାଯାଏ। ଯେପରି ଅଖ ସହ ଚକା ସଠିକ ଭାବେ ଲାଗି ପାରିବ। ଆଊ ଏହା ପରେ ଚକାକୁ ଘୁରାଯାଏ। ସେବାୟତମାନେ ବୋଲି ଛାଡନ୍ତି। ଏହି ନିଆରା ନିତି ପରେ ତ୍ରୀଭୁବନେଶ୍ବରଙ୍କ ରୁକୁଣା ରଥରେ ୪ ନାହାକା ସଂଯୋଗ କରାଯାଇଥାଏ।