ପୁଣି ସାରୁକିଆରିରେ ଅଟକିଲା ରୁକୁଣା ରଥ

0

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଦ୍ୱିତୀୟ ଦିନରେ ମଧ୍ୟ ରାମେଶ୍ୱର ମନ୍ଦିର ପହଞ୍ଚ ପାରିନି । ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର, ଦେବୀ ରୁକ୍ମିଣୀ ଏବଂ ବାସୁଦେବ ରଥାରୂଢ଼ ହୋଇ ରାମେଶ୍ୱର ମନ୍ଦିର ଅଭିମୁଖେ ୫ଦିନର ଯାତ୍ରା ଆରମ୍ଭ କରିଛନ୍ତି । ତେବେ ପ୍ରଥମ ଦିନରେ ରଥ ତିନିମୁଣ୍ଡିଆ ଛକରେ ଅଟକିଥିବାବେଳେ ରବିବାର ସାରୁକିଆରି ଠାରେ ଅଟକିଛି । ଅଷ୍ଟମୀ ତିଥିରେ ନିର୍ଦ୍ଧାରିତ ସମୟର ପ୍ରାୟ ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହେବା ଫଳରେ ରଥ ଅଧାରେ ଅଟକିଥିଲା ।

ଦ୍ୱିତୀୟ ଦିନରେ ରଥ ରାମେଶ୍ୱର ମନ୍ଦିର ନିକଟରେ ପହଞଚବ ବୋଲି ଆଶା କରାଯାଉଥିଲେ ମଧ୍ୟ ସାରୁକିଆରିଠାରେ ସୂର୍ଯ୍ୟାସ୍ତ ହୋଇଯିବାରୁ ପୁଣି ଥରେ ଅଟକିଛି । ପୂର୍ବରୁ ଅପରାହ୍ଣ ୨ଟାରେ ରଥଟଣା ଆରମ୍ଭହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା, କିନ୍ତୁ ୩ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା । ରବିବାର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭୋଗ ମଣ୍ଡପ ବିଧି ପରେ ରଥ ଉପରେ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଆଳତୀ ପରେ ରଥଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ସୋମବାର ସନ୍ଧ୍ୟା ୫ଟା ପୂର୍ବରୁ ରଥ ରାମେଶ୍ୱର ମନ୍ଦିର ନିକଟରେ ପହଞ୍ôଚବ ବୋଲି ଆଶାକରାଯାଉଛି । ପୂର୍ବଦିନ ଭଳି ରବିବାର ମଧ୍ୟ ରାଜ୍ୟ ତଥା ରାଜ୍ୟବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ତଥା ରଥ ନିକଟରେ ଦେଖିବାକୁ ମିଳିଥିଲା । ଦିନ ତମାମ ଶ୍ରଦ୍ଧାଳୁ ଶ୍ରୀ ଜିଉଙ୍କ ରଥରେ ଚଢ଼ି ଦର୍ଶନ କରିଥିଲେ । ରବିବାର ସନ୍ଧ୍ୟା ୬ଟା ୩୦ସୁଦ୍ଧା ସୂର୍ଯ୍ୟାସ୍ତ ହୋଇଯିବା ଫଳରେ ରଥଟଣା ବନ୍ଦ କରାଯାଇଛି । ସୋମବାର ଦିନ ୩ଟାରେ ପୁଣି ରଥଟଣା ଆରମ୍ଭହେବ ।

Leave a comment