ଏବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚଳିତ ବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନକୁ ମିଳିଲା ଅନୁମତି । ରଥଟଣାରେ ଶ୍ରଦ୍ଧାଙ୍କ ସମାଗମ ହୋଇପାରିବ ନାହିଁ। ରଥ ଟଣା ଓ ଫେରିବା ବେଳେ କୌଣସି ଭକ୍ତ ସାମିଲ୍ ହେବେନାହିଁ, କେବଳ ସେବାୟତ ରଥ ଟଣା ଓ ଫେରିବାରେ ସାମିଲ୍ ହେବେ । ସମସ୍ତ ସେବାୟତଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବ୍ୟବହାର ପୂର୍ବରୁ ରଥକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଇବ ବିଏମସି।
ଶ୍ରୀଲିଙ୍ଗରାଜ ମନ୍ଦିର କର୍ତ୍ତୃପକ୍ଷଙ୍କ ସହାୟତାରେ ସାନିଟାଇଜ୍ ହେବ ରଥ । ରଥଟଣା ବେଳେ କୌଣସି ଆତସବାଜି ବ୍ୟବହାର ହୋଇପାରିବନି ।
ଖାଦ୍ୟ ଠେଲାଗାଡ଼ି, ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ବାରଣ କରାଯାଇଛି ।