ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ଏକାଦଶୀ ନୀତି

0

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି । ରୁକ୍ମଣୀ ହରଣ ଏକାଦଶୀ ଅନୁଷ୍ଠିତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି । ମହାପ୍ରଭୁ ଆଜି ଶିଶୁପାଳକୁ ହରାଇ ରୁକ୍ମଣୀଙ୍କୁ ହରଣ କରିବେ । ସେଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି। ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ । ପରେ ମଦନ ମୋହନ ରତ୍ନ ସିଂହାସନକୁ ବିଜେ ହେବେ ।

ଭୋଗ ମଣ୍ଡପ ଶେଷ ପରେ ମଦନ ମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ । ସକାଳଧୂପ ପୂଜା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀ ଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକୁଣୀଙ୍କୁ ଦେବେ । ପରେ ମହାଜନ ସେବକ ରୁକ୍ମଣୀଙ୍କୁ ସାତପାହାଚରେ ଥିବା ପାଲିଙ୍କିରେ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ସମ୍ପର୍ଣ୍ଣ କରିବେ । ସନ୍ଧ୍ୟାଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।

Leave a comment