ରୁଚି ପକ୍ଷରୁ ଯାଜପୁର ବିଧାୟକଙ୍କ ମାଧ୍ୟମରେ ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଉପହାର ପ୍ରଦାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ୍ ଲାଇନ ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ଉପହାର ପ୍ରଦାନ କରାଯାଇଛି ।
ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ମହାମାରୀରେ ଆକ୍ରାନ୍ତ ବ୍ୟକ୍ତିବିଶେଷମାନଙ୍କୁ ନିଜ ଜୀବନକୁ ବାଜି ଲଗେଇ ସେବା ପ୍ରଦାନ କରିଆସୁଥିବା ଯାଜପୁର ଜିଲ୍ଲାର ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମର ପ୍ରତିନିଧି ତଥା କରୋନା ମହାଯୁଦ୍ଧରେ ସାମିଲ ହୋଇ ଜନ ସଚେତନତା, ସୁରକ୍ଷା, ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅହରହ କାର୍ଯ୍ୟରତ ପ୍ରଶାସନ ଓ ପୋଲିସ ଅଧିକାରୀମାନଙ୍କୁ ଆଜି ଯାଜପୁର ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ଭବ ପ୍ରସାଦ ଦାସଙ୍କ ସଂଯୋଜନାରେ ରୁଚି ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ, ଯାଜପୁର ଏସପି ଚରଣ ସିଂ ମିନା, ଜିଲ୍ଲା ସିଡିଏମଓ ଏବଂ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ଭବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ ଅଗ୍ରଣୀ ଅନୁଷ୍ଠାନ ହ୍ୱାଇଟ୍ କାନଭାସ ପକ୍ଷରୁ ଲୋକପ୍ରିୟ ଯୁବ ସଂଗଠକ ସ୍ମୃତିଶିକ୍ତ ସାମନ୍ତରାୟ, ଉଲ୍ଲାସ ଚନ୍ଦ୍ର ବେହୁରା, ଚିଣ୍ଟୁ ମିଶ୍ର, ସନ୍ତୋଷ ନାୟକ, ପତିତପାବନ ପଣ୍ଡା ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିଲେ । ରୁଚି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଦେଶଜ୍ୟୋତି ମହାନ୍ତି । ରୁଚିର ସହଯୋଗ ପାଇଁ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କୁ ବିଧାୟକ ଶ୍ରୀ ଦାସ ଧନ୍ୟବାଦ ଜଣାଇଥିଲେ । ।