୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ ବିପୁଳ ପରିମାଣର ଜବତ ହେଲା ବ୍ରାଉନ ସୁଗାର । ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ ।
ଗିରଫ ତିନି ଜଣଙ୍କ ମଧ୍ୟରୁ ୨ ଜଣ ତମାଣ୍ଡୋ ଅଞ୍ଚଳର ହୋଇଥିବା ବେଳେ ଜଣେ ପିପିଲି ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଜଣଙ୍କୁ ମଧ୍ୟ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।
ତେବେ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ? କାହା ନିର୍ଦ୍ଦେଶରେ ଏପରି କାର୍ଯ୍ୟ ଚାଲୁଥିଲା ତାହାର ତନାଘଡନା ଚଳାଇଛି ପୋଲିସ୍ । ଖବର ଅନୁସାରେ ପୁର୍ବରୁ ଏହି ଏସଟିଏଫ୍ ଟିମ୍ ପାଖରେ ଏହି ଖବର ଥିବା ବେଳେ ଅଚାନକ ଚଢାଉ କରିଥିଲା ଟିମ୍ ।