ଚଳନ୍ତା ଟ୍ରେନ୍ରେ ଆରପିଏଫ କନଷ୍ଟେବଳଙ୍କ ଗୁଳିମାଡ଼, ୩ ଜଣ ଯାତ୍ରୀ ଓ ଜଣେ ଆରପିଏଫ ASIଙ୍କ ମୃତ୍ୟୁ

ଚଳନ୍ତା ଟ୍ରେନ୍ରେ ଗୁଳିମାଡ଼। ଜୟପୁର ଏକ୍ସପ୍ରେସ୍ ଟ୍ରେନ୍( (12956) ଭିତରେ ଆରପିଏଫ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟ୍ରେନ୍ଟି ପାଲଘର ଅତିକ୍ରମ କରିବା ପରେ ଯାତ୍ରୀଙ୍କ ଉପରକୁ କନଷ୍ଟେବଳ ଗୁଳିମାଡ଼ କରିଥିବା ଖବର ମିଳିଛି।
କନଷ୍ଟେବଳଙ୍କ ଗୁଳିମାଡ଼ରେ ୩ ଜଣ ଯାତ୍ରୀ ଓ ଜଣେ RPF ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର(ASI)ଙ୍କ ମୃତ୍ୟୁ ହୋଇଛି। ଫାୟାରିଂ ପରେ କନଷ୍ଟେବଳ ଦହିସର ରେଲ୍ୱେ ଷ୍ଟେସନ ନିକଟରେ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ। ତେବେ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି।