ରୁମମେଟ ସାଜିଲା ହତ୍ୟାକାରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଗୌରୀ ନଗର ଲେନ୍-୫ରେ ଘଟିଛି ଏକ ହତ୍ୟାକାଣ୍ଡ । ଜଣେ ଯୁବତୀ ହତ୍ୟା କରିଛନ୍ତି ଆଉ ଜଣେ ଯୁବତୀଙ୍କୁ । ଆଜି ସକାଳେ ଘର ମାଲିକ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଗୌରୀ ନଗର ଲେନ୍-୫ରେ ଦୁଇ ଯୁବତୀ ଏକ ଭଡ଼ା ଘରେ ପ୍ରାୟ ୮/୧୦ବର୍ଷ ହେଲା ଏକାଠି ରହୁଥିଲେ । ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ଏହା ଅତ୍ୟଧିକ ହେବାରୁ ଘରମାଲିକ ସେମାନଙ୍କ ମଧ୍ୟରେ ମିମାଂସା କରିଥିଲେ । ମାତ୍ର ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ପୁଣି ଥରେ ପାଟିତୁଣ୍ଡ ହେବାରୁ ଜଣେ ଯୁବତୀ ଉତକ୍ଷିପ୍ତ ହୋଇ ଅନ୍ୟଜଣଙ୍କର ତଣ୍ଟି କୁ ଛୁରି ରେ କଟିଦେଇଥିଲା । ଆଜି ସକାଳୁ ଘର ମାଲିକ ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅଭିଯୁକ୍ତ ଯୁବତୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରିବା ସମୟରେ ସେ ରାଗିଯାଇ ଛୁରି ଭୁସି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି ।

Leave a comment