ରୋହିତଙ୍କ କମବ୍ୟାକ
ଭାରତୀୟ କ୍ରିକେଟ ଟିମ ପାଇଁ ଖୁସି ଖବର । ଟିମକୁ ଫେରୁଛନ୍ତି ରୋହିତ ଶର୍ମା । ରୋହିତଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । କିଛି ଦିନ ପୂର୍ବରୁ ରୋହିତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବାରୁ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରୁ ବାଦ୍ ପଡିଥିଲେ ରୋହିତ। ତାଙ୍କ ସ୍ଥାନରେ ଟିମ୍ର ଅଧିନାୟକ ଦାୟିତ୍ବ ସମ୍ଭାଳି ଥିଲେ ଜସପ୍ରିତ ବୁମରାହ ।
ବିଗତ ଦିନରେ ବିସିସିଆଇ ଟି ୨୦ ଓ ଦିନିକିଆ ସିରିଜ ପାଇଁ ଟିମ୍ ଘୋଷଣା କରିଥିଲା । ରୋହିତଙ୍କୁ ଦୁଇଟି ଟିମର ଅଧିନାୟକ ଦାୟିତ୍ବ ମିଳିଥିଲା । କିନ୍ତୁ କୋଭିଡ କାରଣରୁ ସେ ଟେଷ୍ଟରୁ ବାଦ୍ ପଡିଥିଲେ ।
ପୁଣିଥରେ ଜୁଲାଇ ୭ରେ ଇଂଲଣ୍ଡ ବିରୋଧରେ ଆରମ୍ଭ ଟି ୨୦ ସିରିଜରେ ସାମିଲ ହେବେ ରୋହିତ । ଲିଷ୍ଟରସାୟର ବିରୋଧରେ ଅଭ୍ୟାସ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ସେ ଓହ୍ଲାଇଥିଲେ । ଏହାପରେ ପଜିଟିଭ କାରଣରୁ ମ୍ୟାଚରୁ ବାଦ୍ ପଡିଥିଲେ । ପଞ୍ଚମ ଟେଷ୍ଟ ଆଗାମୀ ଜୁଲାଇ ୫ରେ ଶେଷ ହେବ । ଏହି କାରଣରୁ ଟି ୨୦ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ସମେତ ୫ ସିନିଅର ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି ।
ଇଂଲଣ୍ଡ ପରେ ୱେଷ୍ଟଇଣ୍ଡିଜରେ ଟି ୨୦ ଏସିଆ କପ ଖେଳିବ ଟିମ ଇଣ୍ଡିଆ । ଏହାପରେ ଅକ୍ଟୋବର-ନଭେମ୍ବର ଟି ୨୦ ବିଶ୍ବକପ ଅଷ୍ଟ୍ରେଲିଆରେ ଖେଳାଯିବ ।