ସନ୍ନ୍ୟାସ ନେଲେ ଟେନିସ୍ ଖେଳାଳି ବୋପାନ୍ନା

0

ଭାରତର ଭେଟେରାନ ଟେନିସ୍ ଖେଳାଳି ରୋହନ ବୋପାନ୍ନାଙ୍କୁ ଏଣିକି ଆଉ ଭାରତୀୟ ଜର୍ସିରେ ଦେଖିବାକୁ ମିଳିବ ନାହିଁ । ପ୍ୟାରିସ୍ ଥିଲା ତାଙ୍କ କ୍ୟାରିୟର ଶେଷ ପ୍ରତିନିଧିତ୍ୱ। ଶ୍ରୀରାମ ବାଲାଜୀଙ୍କୁ ସାଥୀ କରି ବୋପାନ୍ନା ଡବଲ୍ସ ଖେଳିବାକୁ ଓହ୍ଲାଇଥିଲେ। ପ୍ରଥମ ରାଉଣ୍ଡ୍ରେ ଫ୍ରାନ୍ସର ଗାଏଲ ମନଫିଲ୍ସ ଓ ଏଡୁଆର୍ଡ ରୋଜର-ଭାସେଲିନ ଯୋଡିଙ୍କ ଠାରୁ ୫-୭, ୨-୬ ସେଟ୍ରେ ପରାଜିତ ଭାରତୀୟ ଯୋଡ଼ି ବିଦାୟ ନେଇଥିଲେ । ଏହି ପରାଜୟ ସହ ବୋପାନ୍ନାଙ୍କର ୨୨ ବର୍ଷ ଧିରି ଭାରତ ପକ୍ଷରୁ ଖେଳିବାର ଯାତ୍ରା ଶେଷ ହୋଇଥିଲା ।

୨୦୦୨ରେ ବୋପାନ୍ନା ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ଲିଆଣ୍ଡର ପେସ୍ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରଠୁ ଟେନିସ୍ରେ ଭାରତକୁ ଆଉ ଅଲିମ୍ପିକ୍ସ ପଦକ ମିଳିନାହିଁ । ୨୦୧୬ ରିଓ ଅଲିମ୍ପିକ୍ସରେ ବୋପାନ୍ନା ଓ ସାନିଆ ମିର୍ଜା ମିକ୍ସଡ ଡବଲ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ବୋପାନ୍ନା ପୂର୍ବରୁ ଡେଭିସ କପ୍ରୁ ଅବସର ନେଇ ସାରିଛନ୍ତି । ଆସନ୍ତା ୨୦୨୬ରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ମଧ୍ୟ ସେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିନେଇଛନ୍ତି । ଆଗାମୀ ଦିନରେ ସେ କେବଳ ଏଟିପି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

Leave a comment