ଚୋରି କରିବା ଥିଲା ନିଶା, ଘରେ କଳାକନା ନବୁଲେଇବା ଯାଏଁ ମନବୁଝେନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ କବଜାରେ ଜଣେ ବଡ଼ ଲୁଟେରା । ବିଭିନ୍ନ ପ୍ରକାର ଜିନିଷ ଲୁଟ କରିବା ଯାହାର ନିଶା । ଲୁଟେରା ଜଣକ ହେଲା ସଞ୍ଜୟ କୁମାର ନିଶାଙ୍କ ବୟସ ମାତ୍ର ୩୦ । ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ ଲୁଟ କରିଛନ୍ତି ପ୍ରାୟ ୩୪ ପ୍ରକାର ଜିନିଷ ।

ସୂଚନା ଅନୁଯାୟୀ, ଚୋର ଘର ସବୁବେଳେ ଅନ୍ଧାର ରୁହେନି ଏହା ପ୍ରମାଣିତ କରିଛି ଚନ୍ଦ୍ରଶେଖରପୁର ପୋଲିସ । ଏକ କେସ ର ତଦନ୍ତ ପରେ ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁ ଗିରଫ କରଥିଲା ଚନ୍ଦ୍ରଶେଖରପୁର ପୋଲିସ । ସଞ୍ଜୟ ଗିରଫ ହେବାପରେ ସାମ୍ନାକୁ ଆସିଛି ପ୍ରାୟ ୧୩ ଟି କେସ ସହ ତାର ଲିଙ୍କ । ୩୦ ବର୍ଷ ବୟସର ଏହି ଯୁବକ ଙ୍କ ଚୋରି କରିବା ଏକ ନିଶା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଛୋଟ ରୁ ଛୋଟ ଜିନିଷ ଚୋରି କରିବାକୁ ମଧ୍ୟ ପଛାନ୍ତି ନାହିଁ । ତାଙ୍କ ପାଖରୁ ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲ୍ୟାପଟପ୍, ୪୩ଟି ମୋବାଇଲ୍‌, ୨୭ଟି ହାତଘଣ୍ଟା, ୩ଟି ଟାବ୍‌ଲେଟ୍, ୨ଟି ଏଲ୍ଇଡି ଟିଭି, ୩ଟି ଡିଜିଟାଲ୍‌ କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କ, କାଲ୍‌କୁଲେଟର, ଗିଟାର, ମ୍ୟୁଜିକ୍‌ ସିଷ୍ଟମ୍‌ ଏବଂ ଗୋଟିଏ ଗ୍ରାଇଣ୍ଡର ସେଟ୍ ଜବତ ହେବ ସହ ଏକ ବାଇକ ଓ ଘର ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ ସହ ପାସ୍‌ପୋର୍ଟ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ ହୋଇଛି । ଚନ୍ଦ୍ରଶେଖରପୁର ପୋଲିସ ସଞ୍ଜୟ କୁ ଗିରଫ କରି ଅଧିକ ତଦନ୍ତ ଚାଲିଛି ।

Leave a comment

You cannot copy content of this page