ରାସ୍ତା ଅବସ୍ଥା ଶୋଚନୀୟ, ଧାନରୋଇ ପ୍ରତିବାଦ କଲେ ଗ୍ରାମବାସୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ । କାଦୁଅ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏସପିଙ୍କ କାର୍ଯ୍ୟାଳୟ ନିକଟରେ ତେଲିଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କାଦୁଅ ପଚପଚ ଥିବାରୁ ତେଲିଗୁଡା ଗ୍ରାମବାସୀ ଉକ୍ତ ରାସ୍ତାରେ ଧାନରୋଇ ଅଭିନୟ ଉପାୟରେ ପ୍ରତିବାଦ କରିଛନ୍ତି l

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ତେଲିଗୁଡ଼ା ଗ୍ରାମକୁ ସଂଯୋଗ କରୁଛି ଏହି ରାସ୍ତା । ଦୀପ ତଳ ଅନ୍ଧାର ଭଳି ତାହା ପୁଣି ଜିଲ୍ଲା କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏବଂ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଗ୍ରାମକୁ ସଂଯୋଗ କରିପାରୁନି ରାସ୍ତା । ଅଳ୍ପ ବର୍ଷାରେ ମଧ୍ୟ କାଦୁଅ ପଚ ପଚ ହେଉଛି । ଗ୍ରାମରେ ଯଦି କୋଣସି ଲୋକଙ୍କ ଦେହ ଖରାପ ହେଲେ ମଧ୍ୟ ଆମ୍ବୁଲାନ୍ସ ଆସୁନାହି କି କୋଣସି ଅଟୋ ଗାଡି ବି ଏହି ଗ୍ରାମକୁ ଆସୁନାହିଁ l ଅନେକ ଥର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ । ନିର୍ବାଚନ ସମୟରେ ଗୁଡ଼ାଏ ରାଜନେତା ଏହି ଗ୍ରାମ ଆସନ୍ତି ଏବଂ ପ୍ରତିଶ୍ରୁତି ଦେଇ ଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାସ୍ତା କାମ ହେଇନାହିଁ । ଏପରିକି ଏହି ରାସ୍ତା ମଧ୍ୟ ପ୍ରଶାସନ ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଯାହାର ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ କିଛି ବର୍ଷ ପୁର୍ବେ ଏହି ରାସ୍ତା ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ହେଲେ କୌଣସି କାରଣ ବସତ ଏହି ଟଙ୍କାକୁ ଅନ୍ୟ ଏକ ରାସ୍ତାରେ ବ୍ୟବହାର କରାଯାଇ ଏହି ରାସ୍ତା କଥା ଭୁଲିଗଲା ପ୍ରଶାସନ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝୀଙ୍କ ଆହ୍ୱାନ କ୍ରମେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ପ୍ରତିବାଦ କରିବା ସହ ଅଗାମୀ ଦିନରେ ଯଦି ରାସ୍ତା ମରାମତି କିମ୍ବା ନୂତନ ପକ୍କା ରାସ୍ତା ନିର୍ମାଣ କରାନଯାଏ ତାହେଲେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି l ଏହା ସହ ରାଜରାସ୍ତାକୁ ମଧ୍ୟ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave a comment