ପଶ୍ଚିମବଙ୍ଗ ଫେରନ୍ତା ପରିବାର କ୍ୱାରେଣ୍ଟିନ ହୋମ ନଯିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ରୋକ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ବଡଗଡ଼ ବ୍ରିଟକଲୋନୀରେ ଥିବା ଏକ ମୁସଲିମ ପରିବାର ଆଜି ପଶ୍ଚିମବଙ୍ଗରୁ ଆସି ନିଜ ଘରେ ପହଞ୍ଚିଥିଲେ । ସେମାନେ ଲକ ଡାଉନ ପୂର୍ବରୁ ପଶ୍ଚିମବଙ୍ଗ ଯାଇଥିଲେ । ଆଜି ସକାଳ ୧୦ଟା ସେମାନେ ଏକ ସ୍କରପିଓ ଗାଡ଼ିରେ ୮ଜଣ ଆସି ଘରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ । ପୋଲିସ ଆସି ତାଙ୍କୁ କ୍ୱାରେଣ୍ଟିନ ହୋମକୁ ନେବାକୁ ଆସିଥିଲେ ମଧ୍ୟ ଉକ୍ତ ପରିବାର ଯିବାକୁ ରାଜି ହୋଇନଥିଲେ । ଫଳରେ ସ୍ଥାନୀୟ ବାସିନ୍ଦା ଉତ୍ୟକ୍ତ ହୋଇ ରାସ୍ତା ରୋକ କରିଛନ୍ତି । ସେମାନେ ଦାବି କରୁଛନ୍ତି କି ପ୍ରଶାସନ ଏହି ପରିବାରର ଲୋକଙ୍କୁ କ୍ୱାରେଣ୍ଟିନ ହୋମକୁ ନେଇଯାଉ ।
ସୂଚନା ଅନୁଯାୟୀ, ଏହି ପରିବାରର ୮ଜଣ ବ୍ୟକ୍ତି ଏକ ସ୍କରପିଓ ଗାଡ଼ିରେ ପଶ୍ଚିମବଙ୍ଗରୁ ଆସି ଆଜି ସକାଳ ୧୦ଟାରେ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟକଲୋନୀରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ସ୍କରପିଓ ନେଇ ପୁରୀ ଅଭିମୁଖେ ଯିବା ସମୟରେ ପିପିଲି ଟୁଲ ଗେଟ ଠାରେ ତାଙ୍କୁ ପୋଲିସ ଅଟକେଇବା ସହ ସେମାନଙ୍କୁ କ୍ୱାରେଣ୍ଟିନକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।