ଚାଉଳ, ଡାଲି ଓ ଲୁଣ ବଦଳାଉଛି ଭୋଟଙ୍କ ମନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଜିତିବାକୁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ଅନେକ ପ୍ରତିଶୃତି ଦେଉଛନ୍ତି । ଭୋଟର ମଧ୍ୟ ନିଜ ଭବିଷ୍ୟତ କୁ ନଜରରେ ରଖି ଦଳ ଚୟନ କରୁଛନ୍ତି । ଅନେକ ଯୋଜନା ମଧ୍ୟରୁ ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା ରାଜ୍ୟ ବାସୀଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରି ଥିଲା ଯାହାକି ରାଜ୍ୟରେ ବିଜେଡିକୁ ସରକାର ଭାବେ ଦୀର୍ଘ ୧୯ ବର୍ଷହେଲା ଚୟନ କରିଆସୁଥିଲା । ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୌଦ୍ୱାର ନିର୍ବାଚନୀ ସଭାରେ ଘୋଷଣା କରିଥିଲେ ରାଜ୍ୟରେ ବିଜେପି ସରକାର ହେଲେ ୧ଟଙ୍କାରେ ୫କିଲୋ ଚାଉଳ ୫୦୦ଗ୍ରାମ ଡାଲି ଓ ୫୦୦ଗ୍ରାମ ଲୁଣ ହିତାଦିକାରୀଙ୍କୁ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘୋଷଣା ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଥିବାର ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ‘ଦୀର୍ଘ ଦିନର ସରକାର ବଦଳିବା ଦରକାର’ ବିଜେପିର ଏହି ନାରା ଅନେକ ଭୋଟରଙ୍କୁ ପ୍ରଭାବିତ କରିବା ସହ ବିଜେପିର ଭୋଟ ମଧ୍ୟ ବଢୁଛି ।

ବୁଦ୍ଧିଜୀବୀ ଓ ରାଜନୈତିକ ବିଶେଷଜ୍ଞଙ୍କ କହିବାନୁଯାୟୀ ସବୁ ସର୍ଭେ ରିପୋର୍ଟ ଆକଳନ କରି କହିଥିଲେ ଛତିଶଗଡ଼ରେ ରମଣସିଂ ପୁଣି ସରକାର ଗଢିବେ କିନ୍ତୁ ଏହା ଭୂଲ ସାବସ୍ତ ହୋଇଥିଲା । ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର କୃଷିରୁଣ ଛାଡ଼ ଯୋଜନା ଦୀର୍ଘଦିନର ରମଣସିଂ ସରକାର ବଦଳାଇଦେଇଥିଲା । ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ଚାଉଳ, ଡାଲି ଓ ଲୁଣ ଘୋଷଣା ଓ ‘ଦୀର୍ଘ ଦିନର ସରକାର ବଦଳିବା ଦରକାର’ ନାରା ଦୀର୍ଘ ଦିନର ବିଜେଡି ସରକାରଙ୍କୁ ଝଟକା ନଦେଵ ତାହା କେହି କହିପାରିବା ସମ୍ଭବପର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave a comment