ବଳକା ଭାତରେ ବନାନ୍ତୁ ଟେଷ୍ଟି କଟଲେଟ, ସ୍ୱାଦରେ ଏକଦମ୍‌ ବଢ଼ିଆ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଅଧିକାଂଶ ସମୟରେ ରାତିରେ ଭାତ ବଳି ପଡିଯାଏ। ଆଉ ଏହି ଭାତକୁ ବହୁତ କମ୍‌ ଲୋକ ଖାଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଏହା ରହି ରହି ଫୋପଡାଯାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ବଳକା ଭାତ – ୩ କପ୍‌
ବେସନ – ୧/୨ କପ୍‌
ହଳଦି ପାଉଡର – ୧/୨ ଛୋଟ ଚାମଚ
ଧନିଆ – ଅଧା ଚାମଚ
ଜିରା – ଏକ ଛୋଟ ଚାମଚ
ଆମଚୁର ପାଉଡର – ଏକ ଚାମଚ
ଭୃଷଙ୍ଗ ପତ୍ର – ୫ରୁ୬ଟି
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଏକ ପାତ୍ରରେ ବାସି ବା ବଳକା ଭାତ ଏବଂ ସବୁ ମସଲାକୁ ମିଶାଇ ଦିଅନ୍ତୁ।
ଧନିଆ ଏବଂ ଜିରାକୁ ପେଶି ଦିଅନ୍ତୁ।
ଏବେ ଚାଉଳରେ ବେସନ, ଅନ୍ୟ ସାମଗ୍ରୀ, ଧନିଆ ଏବଂ ଜିରା ପାଉଡର ମିଶାନ୍ତୁ।
ଏଥିରେ ପାଣି ପକାଇ ଅଟା ଭଳି ଚକଟି ଦିଅନ୍ତୁ।
ଏହାପରେ ଛୋଟ ଛୋଟ ଗୋଲା ବନାଇ କଟଲେଟ ଆକାର ଦିଅନ୍ତୁ।
ପ୍ୟାନରେ ତେଲ ଗରମ କରି କଟଲେଟକୁ ଡିପ୍‌ ଫ୍ରାଏ କରନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସର୍ଭିଙ୍ଗ୍‌ ପ୍ଲେଟକୁ ବାହାର କରି ଚଟଣୀ ଏବଂ ଟମାଟୋ ସସ୍‌ ସହିତ ଗରମା ଗରମ ସର୍ଭ କରନ୍ତୁ।

Leave a comment