ବିଦେଶୀ ବାଣ ଉପରେ ଲାଗିଲା କଟକଣା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏ ବର୍ଷ ଦୀପବଳୀରେ ବାୟୁ ପ୍ରଦୂଷଣ କୁ କମ କରିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଲୋକମାନେ କିପରି ବାଣ କମ ଫୁଟାଇବେ ତାହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ବିଦେଶୀ ବାଣ କିଣା ଉପରେ କଟକଣା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାତି ୮ଟା ରୁ ୧୦ ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋର୍ଟଙ୍କ ଆଦେଶ ଅନୁସାରେ ଦୀପାବଳିର ୭ ଦିନ ପୂର୍ବରୁ ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ଯାଞ୍ଚ ଓ ମନିଟରିଂ ବ୍ୟବସ୍ଥା ଆରମ୍ଭ ହୋଇଛି । 

ପରିବେଶ ନିର୍ଦେଶକ ଡ. କେ ମୁରୁଗେସନ୍‌ ଗୃହ, ରାଜସ୍ଵ , ଉଚ୍ଚଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏ ବାବଦରେ ସତର୍କ ସୂଚନା ଜାରି କରିଛନ୍ତି । କୋର୍ଟ ଯେଉଁ ଦୁଇଘଣ୍ଟା ବାଣ ଫୁଟାଇବା ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି ତାହା ଯେପରି କାର୍ଯ୍ୟକାରୀ ହୁଏ ସେଥିପାଇଁ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଏ ଥିରେ କୁହାଯାଇଛି। 

ପୂର୍ବରୁ ଦୀପାବଳି ପାଇଁ ଆସିଥିବା ବିଦେଶୀ ବାଣକୁ ନେଇ ଏବେ ବାଣ ବ୍ୟବସାୟୀ ଚିନ୍ତାରେ । ବିଦେଶୀ ବାଣ ବିକ୍ରିରେ କଟକଣା ଲଗାଯିବା ପରେ ଗ୍ରାହକ ଓ ବ୍ୟବସାୟୀ ଉଭୟଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିବା ଦେଖିବାକୁ ମିଳିଛି ।

Leave a comment