ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଷଡଯନ୍ତ୍ର: ପିସିସି ସଭାପତି ଶରତ ପଟ୍ଟନାୟକ
ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଷଡଯନ୍ତ୍ର । ବିଜେପି- ବିଜେଡି ଏକ ପୁଣି ଥରେ ପ୍ରମାଣିତ ହୋଇଛି । ପାଣ୍ଡିଆନଙ୍କ ଭିଆରଏସ ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି ।
ପାଣ୍ଡିଆନ ବିଜେପି- ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ । ନବୀନ ବାବୁ ଓଡ଼ିଶାକୁ ପୁଣି ଥରେ ଲିଜରେ ଦେବାକୁ ବସିଛନ୍ତି । ନବୀନ ଓଡିଶା ଦାୟିତ୍ୱରେ ବସାଇ ୪ ହଜାର କୋଟିକୁ କିଣାବିକା ଯୋଜନା ରହିଛି । ଓଡ଼ିଶା ଶାସନକୁ କାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି । ଓଡ଼ିଆଭାଇମାନେ ଠିକ୍ ସମରେ ଠିକ ଜବାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।