କଲରା ପତରିଆ ବାଘର ଦେହାବଶେଷ ଉଦ୍ଧାର

ନୂଆପଡା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନୂଆପଡା ଜିଲ୍ଲା ସୀମାନ୍ତ ତାଲାକୋଟ ଗାଁ ନିକଟରେ ଛତିଶଗଡ଼ର ଉଦନ୍ତୀ ଅଭୟାରଣ୍ୟ ନିକଟରୁ କଲରା ପତରିଆ ବାଘର ଦେହାବଶେଷ ଉଦ୍ଧାର। ଛତିଶଗଡ ବନ ବିଭାଗ ଏହାକୁ ଉଦ୍ଧାର କରିଛି । ଶିକାରୀ ମାନେ ବାଘର ନଖ ଏବଂ ମୁଣ୍ଡ କାଟି ନେଇ ଥିବା ଛତିଶଗଡ ବନ ବିଭାଗରୁ କୁହାଯାଉଛି । ଘଟଣାସ୍ଥଳରୁ ଶିକାରୀ ମାନଙ୍କ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।
ଏହି ଅଭୟାରଣ୍ୟରେ ପୂର୍ବରୁ ବାଘ ଛାଲ, ନଖ, ହାତୀ ଦାନ୍ତ ଭଳି ବଜ୍ରକାପ୍ତା ସମେତ ଅନେକ ବନ୍ୟଜନ୍ତୁଙ୍କ ଅଙ୍ଗ ଜବତ ହୋଇଛି । ଏନେଇ ସିନାପାଲି ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଥିବା ବେଳେ, ଟାଇଗର ରିଜର୍ଭର ଉପନିର୍ଦେଶକ ଡଗ୍ ସ୍କ୍ବାର୍ଡ ସହାୟତାରେ ତଦନ୍ତ କରୁଛନ୍ତି ।