୧୬ରେ ଯୋଜନା ବୋର୍ଡ ପୁନର୍ଗଠନକୁ ମିଳିବ ମଞ୍ଜୁରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୬ରେ ବସିବ କ୍ୟାବିନେଟ ବୈଠକ । ଯୋଜନା ବୋର୍ଡ ପୁନର୍ଗଠନକୁ ମିଳିବ ମଞ୍ଜୁରୀ । ଏହି ବୈଠକରେ ଯୋଜନା ବୋର୍ଡର ପୁନର୍ଗଠନ, ସଦସ୍ୟ ଚୟନ ଓ ଉପାଧ୍ୟକ୍ଷ ନିଯୁକ୍ତି ପାଇଁ ଚୟନ କମିଟିକୁ ମିଳିବ ମଞ୍ଜୁରୀ । ଏହାସହ ୬ଟି ପ୍ରସ୍ତାବ ଯଥା ମହିଳା ଓ ଶିଶୁ କଲ୍ୟାଣ, ଶକ୍ତି, ଜଳ ସମ୍ପଦ, ସଂସଦୀୟ ବ୍ୟାପାରକୁ ମଧ୍ୟ ମଞ୍ଜୁରୀ ମିଳିବ ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟ ଯୋଜନା ବୋର୍ଡର ହେବ ପୁନର୍ଗଠନ । ଏହି ପୁନର୍ଗଠନରେ କିଛି ନୂତନ ନିୟମ କିମ୍ବା କିଛି ନୂତନ ନିଷ୍ପତ୍ତି ନିଆଯିବାର ଅନେକ ସମ୍ଭାବନା ରହିଛି । ଏହି ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ କିଛି ନିର୍ବାଚନ ହାରିଯାଇଥିବା ନେତାଙ୍କୁ ଥଇଥାନ କରିବା ବ୍ୟବସ୍ଥା କରାଯିବାନେଇ ରାଜନୈତିକ ବିଶେଷଜ୍ଞ ମାନେ ଅନେକ କଳ୍ପନା ଜଳ୍ପନା କରୁଥିବା ସୂଚନା ମିଳିଛି ।

Leave a comment