ସଫଳତା ହାସଲ କରିବାକୁ ହେଲେ ମନେ ରଖନ୍ତୁ ଏହିସବୁ ଜିନିଷ

0

ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଶ୍ରୀକୃଷ୍ଣ ଧର୍ମ ଓ କର୍ମ ସମ୍ପର୍କରେ ଅର୍ଜୁନଙ୍କୁ ବିଶେଷ ଜ୍ଞାନ ଦେଇଛନ୍ତି । ଜୀବନର ସବୁ ଅର୍ନ୍ତଦ୍ୱନ୍ଦ୍ୱ ଓ ସନ୍ଦେହର ସମାଧାନ ଏହି ପୁସ୍ତକରେ ଦେଇଛନ୍ତି । କୁହାଯାଏ ଯେଉଁ ବ୍ୟକ୍ତି ଗୀତାର ଏହି ୫ କଥାକୁ ମନେ ରଖିଛନ୍ତି, ସେ ସବୁ କାମରେ ବିଜୟ ହାସଲ କରିଥାନ୍ତି ।

କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ :
ଗୀତା ଅନୁସାରେ, ବ୍ୟକ୍ତି କ୍ରୋଧରେ ନିଜ ଉପରେ ନିୟନ୍ତ୍ରଣ ରଖିପାରେନା । ଫଳରେ ଭୁଲ କାର୍ଯ୍ୟ କରିଥାନ୍ତି । କ୍ରୋଧରେ ବଶୀଭୁତ ହୋଇ ବ୍ୟକ୍ତି ବୁଦ୍ଧି ଭ୍ରଷ୍ଟ ହୋଇଯାନ୍ତି । ଯଦ୍ୱାରା ନିଜର ଅହିତ କରି ବସନ୍ତି । ଯଦି କ୍ରୋଧ ଆସୁଛି ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଆତ୍ମ ମନ୍ଥନ ଓ ସକରାତ୍ମକ ଭାବନା :
ଭଗବତ ଗୀତା କୁହେ, ପ୍ରତ୍ୟେକ ମନୁଷ୍ୟକୁ ଆତ୍ମ ମନ୍ଥନ ଜରୁର କରିବା କଥା । ଯେବେ ମନୁଷ୍ୟ ଆତ୍ମଜ୍ଞାନ ପ୍ରାପ୍ତି କରିଥାଏ,ସେତେବେଳେ ଅହଂକାର ଭଳି ଅବଗୁଣରୁ ଦୂରରେ ରହିଥାଏ । ଏଥି ସହିତ ସକରାତ୍ମକ ଭାବନାର ନିର୍ମାଣ ହେବା ସହ ଉନ୍ନତି ହୋଇଥାଏ ।

ନିଜକୁ ଆକଳନ କରନ୍ତୁ :
ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ଏକ ବ୍ୟକ୍ତି ନିଜକୁ ଭଲ ଭାବେ ଜାଣିପାରେ । ତେଣୁ ନିଜକୁ ଆକଳନ କରିବା ବହୁତ ଆବଶ୍ୟକ । ଯେଉଁ ମନୁଷ୍ୟ ନିଜ ଗୁଣ ଓ ଦୁର୍ବଳତାକୁ ଜାଣି ଯାଇଥାଏ, ସେ ବ୍ୟକ୍ତି ସବୁଥିରେ ସଫଳତା ପାଇଥାଏ ।

ମନ ଉପରେ ନିୟନ୍ତ୍ରଣ :
ମନକୁ ବଡ଼ ଚଞ୍ଚଳ କୁହାଯାଇଥାଏ । ବହୁବାର ଆମର ମନ ହିଁ ଆମ ଦୁଃଖର କାରଣ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ମନ ଉପରେ କାବୁ ପାଇଥାନ୍ତି, ସେ ମନରେ ସୃଷ୍ଟି ହେଉଥିବା ସବୁ ବିକାର ଓ ଚିନ୍ତା ଠାରୁ ଦୂରରେ ରହିଥାନ୍ତି ।

ଫଳ ଆଶା ଛାଡ଼ି କର୍ମ ଉପରେ ଧ୍ୟାନ ଦିଅନ୍ତୁ :
ମନୁଷ୍ୟ କର୍ମ କରିବା ପୂର୍ବରୁ ଏଥିରୁ ମିଳିବାକୁ ଥିବା ଫଳ ସମ୍ପର୍କରେ ଚିନ୍ତା କରିଥାନ୍ତି । ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟ ଯେମିତି କର୍ମ କରିବ ସେମିତି ଫଳ ପାଇବ । ତେଣୁ ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ, ଏହାକୁ ହିଁ ସର୍ବ ଶ୍ରେଷ୍ଠ କରିବାକୁ ଚେଷ୍ଟା କରନ୍ତୁ ।

Leave a comment