ଆଶ୍ଵସ୍ତି: ସ୍ଥଳଭାଗ ଛୁଇଁନପାରେ ବାତ୍ୟା

ଭୁବନେଶ୍ବର : ଓଡିଶା ଛୁଇଁ ନପାରେ ବାତ୍ୟା । ଓଡିଶା ଉପକୂଳରେ ସେଭଳି ପ୍ରଭାବ ପକାଇ ନପାରେ ବାତ୍ୟା । IMDର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଏନେଇ ସୂଚନା ଦେଇଛନ୍ତି । 6 ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ଅବପାତ ରୂପ ନେବ । 10 ଓ 11 ତାରିଖରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ସହ 40 ରୁ 50 କିଲୋମିଟର ବେଗରେ ପବନ ବହିପାରେ ବୋଲି ସେ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରରେ ରହିଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ ।
ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ୧୦ ତାରିଖ ସନ୍ଧ୍ୟା ପରେ ଗତିପଥ ପରିବର୍ତ୍ତନ କରିବ ସମ୍ଭାବ୍ୟ ବାତ୍ୟା । ୧୦ ତାରିଖ ସନ୍ଧ୍ୟା ଯାଏଁ ଉତ୍ତର ପଶ୍ଚିମ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସମ୍ଭାବନା । ସମ୍ଭାବ୍ୟ ବାତ୍ୟା ଗତିପଥ ପରିବର୍ତ୍ତନ କରି ସମୁଦ୍ର ମଧ୍ୟରେ ଦୁର୍ବଳ ହେବ।