ଫନୀ ପ୍ରଭାବିତ ୮ହଜାର କ୍ଷତିଗ୍ରସ୍ତ ପରିବାର ପାଇଁ ୭କୋଟି ୫୮ହଜାର ଟଙ୍କା ସହାୟତା ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ମେ ୩ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ନିମନ୍ତେ ଗୁରୁବାର ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ବାତ୍ୟା ବେଳେ ପୁରୀ ଜିଲ୍ଲାର ଘର ହରାଇ ଥିବା ପରିବାର ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ସମୁଦାୟ ୮ହଜାର କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭କୋଟି ୫୮ହଜାର ଟଙ୍କା ମଞ୍ଜୁର କରାଯାଇଛି ।

ବିଶେଷ କରି ଷ୍ଟେଟ୍ ଡ଼ିଜାଷ୍ଟର ରିଲିଫ୍ ଫଣ୍ଡରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ପରିବାରଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ । ଏହି ୮ହଜାର ପରିବାର ମଧ୍ୟରୁ ୬୦୦ ପରିବାରକୁ ଆଂଶିକ ଘର ଭାଙ୍ଗିଥିବା ଯୋଗୁ ୩ହଜାର ଟଙ୍କା ଲେଖାଏ ସହାୟତା ମିଳିବ । ଏବଂ ୭୪୦୦ ପରିବାରକୁ ୧୦ହଜାର ଟଙ୍କା ଲେଖାଏ ସହାୟତା ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave a comment